ETV Bharat / state

ଦଳ ସଫା କରିବା ପଡିଲା ମହଙ୍ଗା: କଦଳୀ ଭେଳା ବୁଡି 2 ଭାଇ ମୃତ

author img

By

Published : Sep 5, 2020, 2:41 PM IST

ବରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କଦଳୀ ଗଛକୁ ଭେଳା କରି ଦଳ ସଫା କରି ଯାଇଥିବା ଦୁଇ ଭାଇଙ୍କ ମୃତ୍ୟୁ ।

ଦଳ ସଫା କରିବା ପଡିଲା ମହଙ୍ଗା: କଦଳୀ ଭେଳା ବୁଡି 2 ଭାଇ ମୃତ
ଦଳ ସଫା କରିବା ପଡିଲା ମହଙ୍ଗା: କଦଳୀ ଭେଳା ବୁଡି 2 ଭାଇ ମୃତ

ଯାଜପୁର: ବରୀ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । କଦଳୀ ଗଛକୁ ଭେଳା କରି ଦଳ ସଫା କରି ଯାଇଥିବା ଦୁଇ ଭାଇଙ୍କ ମୃତ୍ୟୁ । କଦଳୀ ଭେଳା ବୁଡିଯିବାରୁ 2 ଭାଇଙ୍କର ମୃତ୍ୟୁ ହୋଇଛି ।

ସୂଚନାମୁତାବକ, ଆଜି(ଶନିବାର) ବରୀ ବ୍ଳକ ମନ୍ଦିରା ଜିପିର ମେଦୁଆଗୁଡି ଗାଁର ସୁଭାଜିତ ବେହେରା ଓ ମିଟୁଲ ବେହେରା ଦୁଇ ଭାଇ ନଦୀର ଜଳସ୍ତର କମିବା ପରେ ନିଜ ବିଲରେ ଜମିଥିବା ଅଳିଆ ସଫା କରିବା ପାଇଁ ଏକ କଦଳୀ ଗଛରେ ଭେଳା ତିଆରି କରି ଯାଇଥିଲେ । ହଠାତ୍ ଭେଳାଟି ପାଣିରେ ଓଲଟି ପଡିବାରୁ ଦୁଇ ଭାଇ ପାଣିରେ ବୁଡି ଯାଇଥିଲେ ।

ତେବେ ଘର ଲୋକେ ଦୁଇ ଭାଇଙ୍କୁ ଉଦ୍ଧାର କରିବା ପାଇଁ ଦମକଳ ଭିଭାଗକୁ ଫୋନ କରିଥିଲେ । ଦମକଳ ଆସି ତାଙ୍କୁ ଉଦ୍ଧାର କରି ତୁରନ୍ତ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡାକ୍ତର ଚିକିତ୍ସା ପରେ ମୃତ୍ୟୁ ଘୋଷଣା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.