ETV Bharat / state

ତାମିଲନାଡୁରୁ ଆସିଲା ଦଶମ ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 159 ଓଡିଆ ପ୍ରବାସୀ - ପ୍ରବାସୀ ଶ୍ରମିକ

ବର୍ତ୍ତମାନ ସୁଦ୍ଧା ଯାଜପୁର ସମେତ ଅନ୍ୟାନ୍ୟ ଜିଲ୍ଲାର ପ୍ରାୟ ସାଢେ ତିନି ହଜାର ପାଖାପାଖି ପ୍ରବାସୀ ଶ୍ରମିକ ଘରବାହୁଡା ହୋଇଛନ୍ତି । ସମସ୍ତ ଶ୍ରମିକଙ୍କୁ ବସ୍ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲା ତଥା ବ୍ଲକକୁ ପଠାଯାଇଛି । ଅଧିକ ପଢନ୍ତୁ...

ତାମିଲନାଡୁରୁ ଆସିଲା ଦଶମ ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 159 ପ୍ରବାସୀ

author img

By

Published : May 27, 2020, 4:37 PM IST

ଯାଜପୁର: ବୁଧବାର ଅପରାହ୍ନରେ ତାମିଲନାଡୁର ତେରୁନେଲଭେଲିରୁ ବାରିପଦାକୁ ଆସିଛି ଦଶମ ସ୍ପେଶାଲ ଟ୍ରେନ । ଏଥିରୁ ଯାଜପୁର ରୋଡ ରେଳଷ୍ଟେସନରେ 159 ଜଣ ପ୍ରବାସୀ ଶ୍ରମିକ ଓହ୍ଲାଇଛନ୍ତି । ଏମାନଙ୍କ ମଧ୍ୟରେ ଯାଜପୁରର 45 ଜଣ ପ୍ରବାସୀ ଥିବାବେଳେ କେନ୍ଦୁଝରର 84, କନ୍ଧମାଳର 9, ବୌଦ୍ଧର 10, ବରଗଡର 10, ଦେବଗଡର 2 ଏବଂ ସମ୍ବଲପୁରର 19 ଜଣ ଶ୍ରମିକ ଏଠାରେ ଓହ୍ଲାଇଥିଲେ ।

ତାମିଲନାଡୁରୁ ଆସିଲା ଦଶମ ସ୍ବତନ୍ତ୍ର ଟ୍ରେନ, ଓହ୍ଲାଇଲେ 159 ପ୍ରବାସୀ

ସମସ୍ତ ଶ୍ରମିକଙ୍କୁ ବସ୍ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲା ତଥା ବ୍ଲକକୁ ପଠାଯାଇଛି । ସୂଚନା ଥାଉ କି ଗତ ମେ 14ରୁ 13 ଦିନ ମଧ୍ୟରେ ବିଭିନ୍ନ ରାଜ୍ୟରୁ 10ଟି ସ୍ବତନ୍ତ୍ର ଟ୍ରେନରେ ଯାଜପୁର ସମେତ ବିଭିନ୍ନ ଜିଲ୍ଲାର ପ୍ରବାସୀ ଏଠାରେ ଆସି ଓହ୍ଲାଇଛନ୍ତି । ତନ୍ମଧ୍ୟରୁ କେବଳ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ଗତ 23ରେ ଆସିଥିବା 7ମ ଟ୍ରେନଟିରୁ ନିର୍ଗୁଣ୍ଡି ରେଳଷ୍ଟେସନରେ ଯାଜପୁରର 117 ଜଣ ପ୍ରବାସୀ ଓହ୍ଲାଇ ପଡିଥିଲେ ।

ଏହି ଟ୍ରେନ୍ ଦ୍ବାରା ବର୍ତ୍ତମାନ ସୁଦ୍ଧା ଯାଜପୁର ସମେତ ଅନ୍ୟାନ୍ୟ ଜିଲ୍ଲାର ପ୍ରାୟ ସାଢେ ତିନି ହଜାର ପାଖାପାଖି ପ୍ରବାସୀ ଶ୍ରମିକ ଘରବାହୁଡା ହୋଇଛନ୍ତି । ସେଥିପାଇଁ ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ସ୍ଥାନୀୟ ପୌର ପ୍ରଶାସନ ଏବଂ ରେଳବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ରେଳ ଷ୍ଟେସନରେ ସେମାନଙ୍କ ଥର୍ମାଲ ସ୍କାନିଂ ଓ ଷ୍ଟାମ୍ପିଂ କରାଯାଇ ବସ୍ ଯୋଗେ ନିଜ ନିଜ ଜିଲ୍ଲା ତଥା କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଉଛି । ଏଥିପାଇଁ ରେଳ ଷ୍ଟେସନର ଦୁଇପାର୍ଶ୍ବକୁ ସିଲ କରାଯିବା ସହିତ ଷ୍ଟେସନ ବଜାରର ମୁଖ୍ୟରାସ୍ତାରେ 144 ଧାରା ବଳବତ୍ତର ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ମେ 5ତାରିଖରୁ ବୁଧବାର ପର୍ଯ୍ୟନ୍ତ ବସ୍ ଏବଂ ଟ୍ରେନ୍ ଯୋଗେ ଜିଲ୍ଲାକୁ 12 ହଜାର 675 ଜଣ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । ଏଥିସହିତ କେବଳ ଜିଲ୍ଲାକୁ 10ଟି ଟ୍ରେନ ଯୋଗେ ପାଖାପାଖି 2570 ପ୍ରବାସୀ ଓଡିଆ ଆସିଛନ୍ତି । ଏହା ପୂର୍ବରୁ ଆଉ 10 ହଜାର ପାଖାପାଖି ପ୍ରବାସୀ ନିଜସ୍ବ ଉଦ୍ୟମରେ ଜିଲ୍ଲାକୁ ଫେରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.