ETV Bharat / state

୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

author img

By

Published : Apr 8, 2020, 12:33 PM IST

ଯାଜପୁର ସୁକିନ୍ଦା ବ୍ଲକରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର । ସ୍ନେକ ହେଲ୍ପଲାଇନ ସଦସ୍ୟ ସାପକୁ ଉଦ୍ଧାର କରିବା ସହ ତାକୁ ସ୍ଥାନୀୟ ଅଶୋକଝର ପାହାଡରେ ଛାଡିଦେଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

10-foot-long snake rescued
୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର: ସୁକିନ୍ଦା ବ୍ଲକ ରଙ୍ଗିଟାଙ୍ଗର ଗାଁ ନିକଟରୁ ୧୦ ଫୁଟ ଲମ୍ବର ଏକ ଅଜଗର ସାପୁ ଉଦ୍ଧାର । ଗାଁ ନିକଟ ପଡିଆରେ ସାପଟି ଏକ ଶିଆଳକୁ ଗିଳୁ ଥିବାର ଦେଖି ଗାଁ ଲୋକେ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ। ପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରା ସେଠାରେ ପହଞ୍ଚି ସାପକୁ ଉଦ୍ଧାର କରି ତାର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ସମୟରେ ସାପ ଗିଳି ଥିବା ଶିଆଳକୁ ଓଗାଳି ଦେଇଥିଲା। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ତାକୁ ସ୍ଥାନୀୟ ଅଶୋକଝର ପାହାଡରେ ଛାଡିଦେଇଥିବା ଜଣାପଡିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.