ଯାଜପୁର: ଲଗାତାର ଦୋକାନମାନଙ୍କରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୋଲିସ । ଚୋର ଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି ।
ଯାଜପୁର ସହର ବିଭିନ୍ନ ଦୋକାନରେ ଲଗାତାର ଚୋରି ହେବା ପରେ ଟାଉନ ଥାନାରେ ୩ଟି ଅଭିଯୋଗ ହୋଇଥିଲା। ସେହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାଧିକାରୀ ମାନସ ରଂଜନ ଚକ୍ର ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ପରେ ଟାଉନ ଥାନା ଅଧିନ ତଳିହା ଅଞ୍ଚଳର ଦେବେନ୍ଦ୍ର କୁମାର ପରିଡାଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ଟିଭି, ଟଙ୍କା, ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଜବତ କରାଯାଇଥିବାବେଳେ ଫେରାର ୨ ଜଣଙ୍କୁ କାବୁ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ