ETV Bharat / state

ସାଂସଦଙ୍କ ହୁଳହୁଳିରେ କମ୍ପିଲା ଜିଲ୍ଲା ମହୋତ୍ସବ କଲ୍ଲୋଳ

author img

By

Published : Jan 19, 2023, 9:36 PM IST

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ସନ୍ଧ୍ୟାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ। ଅଧିକ ପଢନ୍ତୁ

zilla mahotshav  kallola
zilla mahotshav kallola
zilla mahotshav kallola

ଜଗତସିଂହପୁର: ଜିଲ୍ଲା ମହୋତ୍ସବ କଲ୍ଲୋଳକୁ ମନୋଭରି ଉପଭୋଗ କରୁଛନ୍ତି ଦର୍ଶକ। ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଠିତ କଲ୍ଲୋଳ ମହୋତ୍ସବ ଚତୁର୍ଥ ଦିନରେ ପହଞ୍ଚିଛି । ଚତୁର୍ଥ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ । ତେବେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ ହୁଳହୁଳି ରେ ମହୋତ୍ସବ ମୁଖରିତ ହୋଇ ପଡ଼ିଥିଲା। ଜିଲ୍ଲା ମହୋତ୍ସବ ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ତାଙ୍କୁ ମଞ୍ଚରେ ଦେଖିବାକୁ ମିଳି ନଥିଲା । ଫଳରେ ଜିଲ୍ଲା ପ୍ରଶାସନ ବିଳମ୍ବ ହେଉଥିବା ଦେଖି ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ତ୍ରିତଲ ବିଧାୟକ ବିଜୟ ଶଙ୍କର ଦାସ ଓ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ଧରି ସଭାର ଆୟୋଜନ କରିଥିଲେ । 15 ମିନିଟ ସଭା ଚାଲିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ତେବେ କନ୍ଧମାଳର ବନବାସୀ କଳା ସଂସ୍କୃତିକ ପରିଷଦ ପକ୍ଷରୁ ଝାଙ୍ଗିଡି ନୃତ୍ୟ, ପରେ ପରେ ଆସାମ ର ବିହୁ ନୃତ୍ୟ, ଖୋର୍ଦ୍ଧାର କବିରାଜ ପାଇକ ଅଖଡା ପକ୍ଷରୁ ପାଇକ ନୃତ୍ୟ ଓ ଶେଷରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ହୋଇଥିଲା । ଝୋଟି ଓ ହୁଳହୁଳି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ମହିଳା ମାନଙ୍କୁ ଜିଲାପାଳ ପୁରସ୍କୃତ କରିଥିଲେ । ତେବେ ହୁଳହୁଳି ପ୍ରତିଯୋଗିତାରେ ସାଂସଦ ଭାଗ ନେଇ ହୁଳହୁଳି ପକାଇଥିଲେ । ଯାହାକୁ ନେଇ କିଛି ସମୟ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ସାଂସଦ ଜଣେ ଉଚ୍ଚ ଶିକ୍ଷିତା ଓ ଡାକ୍ତର ହୋଇ ବି ପରମ୍ପରାକୁ ବଜାୟ ରଖିଥିବା ଯୋଗୁଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିଲା ।

ସେହିପରି ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମଧ୍ୟ ଝୁମିଥିଲେ ଦର୍ଶକ । ନିର୍ଦ୍ଧାରିତ ସମୟରୁ ବିଳମ୍ବରେ କଲ୍ଲୋଳ ମହୋତ୍ସବର ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପରେ ପୁରୀର ଗୋଟିପୁଅ ନୃତ୍ୟ, ଆନ୍ଧ୍ରପ୍ରଦେଶର ଲମ୍ବାଡି ଡ୍ୟାନ୍ସ, ଓ ରାତି ପ୍ରାୟ 10ଟା 30ରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ମଞ୍ଚକୁ ଆସିଥିଲେ । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାରହଜାର ଦର୍ଶକ ସେମାନଙ୍କ ଡ୍ୟାନ୍ସ ଦେଖିବାକୁ ଭିଡ଼ ଜମାଇଥିଲେ । ଦୁଇଜଣଙ୍କ ଅଭିନୀତ ଏକ ଫିଲ୍ମ ଗୀତ ବାଜି ଗଲା ବାର ବାଜିଗଲା ଦିଲ କି ଘଢିରେ ମଞ୍ଚରେ ଧୁମ ମଚାଇଥିଲେ ସବ୍ୟାର୍ଚ୍ଚିତା ।

ପ୍ରକାଶ ଥାଉ କି, ଜାନୁଆରୀ 15 ତାରିଖରୁ କଲ୍ଲୋଳ ମହୋତ୍ସବ ଉଦଘାଟିତ ହୋଇଛି । 5 ଦିନ ଧରି ଏହି ମହୋତ୍ସବ ଚାଲିବ । ଆସନ୍ତା 19 ତାରିଖରେ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡଲ ଜୁନିୟମ ବିଜେତା ଅନନ୍ୟା ଶ୍ରୀତମ ନନ୍ଦ ମହୋତ୍ସବରେ ଯୋଗ ଦେବେ । 21 ତାରିଖ ଯାଏ ଚାଲିବ ଏହି ମହୋତ୍ସବ । 5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯାଇଛି ।

ଈଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.