ETV Bharat / state

Double Murder In Kujanga: ଦୁଇ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲା ଯୁବକ

author img

By

Published : Jun 18, 2023, 10:46 AM IST

Updated : Jun 18, 2023, 11:25 AM IST

ପାରାଦ୍ଵୀପରେ ଚାଞ୍ଚଲ୍ୟ । ଖଣ୍ଡାରେ ଆକ୍ରମଣ କରି ଦୁଇ ମହିଳାଙ୍କୁ ହତ୍ୟା କଲେ ଯୁବକ । ଅଧିକ ପଢନ୍ତୁ

Double murder in Paradip
Double murder in Paradip
Double murder in Paradip

ପାରାଦ୍ଵୀପ: କୁଜଙ୍ଗରେ ଡବଲ ମର୍ଡର । ରକ୍ତମୁଖା ପାଲଟି ଗଲେ ଯୁବକ । ଖଣ୍ଡାରେ ଆକ୍ରମଣ କରି ଦୁଇ ମହିଳାଙ୍କୁ କଲେ ହତ୍ୟା । ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଯୁବକ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଏକ୍ସପ୍ରେସ ୱେ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ଆକ୍ରମଣକାରୀ ଯୁବକ ଜଣକୁ ପୋଲିସ ଗିରଫ କରିଛି । କେଉଁ କାରଣରୁ ଯୁବକ ଜଣଙ୍କ ଏପରି କାଣ୍ଡ ଭିଆଇଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଦୁଇ ମୃତ ମହିଳା ହେଉଛନ୍ତି କେନ୍ଦ୍ରାପଡ଼ାର ନିର୍ମଳା ଲେଙ୍କା ଓ ଅନିତା ରାଉତ । ଆକ୍ରମଣ କରିଥିବା ଯୁବକ ହେଉଛନ୍ତି ଚିଣ୍ଟୁ ନାଥ ।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ମାର୍ଶାଘାଇ ଅନ୍ତର୍ଗତ ଆମେଇ ପାଳ ଗ୍ରାମର ସହଦେବ ମଲ୍ଲ ତାଙ୍କ ପତ୍ନୀ ନିର୍ମଳା ଲେଙ୍କା ସପରିବାର ସହ ଏକ୍ସପ୍ରେସ ୱେ କଲୋନୀରେ ଭଡ଼ାରେ ରହୁଥିଲେ । ମୃତ ଅନିତା ମଧ୍ୟ ଭଡାରେ ରହୁଥିଲେ । ଆଜି(ରବିବାର) ସକାଳ ସମୟରେ କୌଣସି କାରଣକୁ ନେଇ ନିର୍ମଳା ଓ ଅନିତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ଚିଣ୍ଟୁ ନାଥ । ଫଳରେ ଖଣ୍ଡା ଚୋଟରେ ଦୁଇ ମହିଳା ଗୁରୁତର ହୋଇପଡିଥିବା ବେଳେ ଘଟଣାସ୍ଥଳରେ ନିର୍ମଳାଙ୍କର ମୃତ୍ୟୁ ହୋଇଥିଲା । ଅନିତାଙ୍କୁ ଚିକିତ୍ସା ପାଇଁ କୁଜଙ୍ଗ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଲା ତାହା ପରମୁହୁର୍ତ୍ତରେ ସ୍ପଷ୍ଟ ହେବ ।

ତେବେ ଦୁଇ ମହିଳାଙ୍କୁ ଆକ୍ରମଣ ସମୟରେ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ଯୁବକ ଜଣକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିବା ସହ ଖଣ୍ଡାକୁ ଜବତ କରିଛି । ଘଟଣା ସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯୁବକ ଜଣକ ଆଗରୁ ତାଙ୍କ ମାଆଙ୍କୁ ମଧ୍ୟ ଏହି ଭଳି ଆକ୍ରମଣ କରିଥିଲେ ।

ଗତ ମେ ମାସରେ ସୁନ୍ଦରଗଡରେ ଡବଲମର୍ଡର ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଜଣ ସାଙ୍ଗକୁ ଗୋଡାଇ ଗୋଡାଇ ନିର୍ମମ ହତ୍ୟା କରିଥିଲେ ଦୁର୍ବୃତ୍ତ । ସୁନ୍ଦରଗଡ ଭସ୍ମା ଥାନା ଅନ୍ତର୍ଗତ ଜେ.ରାଏବଗା ଝରାକାନି ଗ୍ରାମରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ମୃତକମାନେ ହେଲେ ଝରାକାନି ଗାଁର ରଞ୍ଜିତ ମଗଧା ଓ ତାଙ୍କ ସାଙ୍ଗ ପତ୍ରାପଡ଼ାର ରାଧେ ରକ୍ସା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 18, 2023, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.