ଜଗତସିଂହପୁର: ଆଜି ବିଶ୍ବ ଏଡ଼ସ ଦିବସ । ଜଗତସିଂହପୁର ମୁଖ୍ୟ ଚିକିତ୍ସଳୟରେ ଆଜି(ମଙ୍ଗଳବାର) ଏହି ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗ ଦେଇ ଏଡ଼ସ ରୋଗ ସମ୍ବନ୍ଧରେ ଆଲୋକପାତ କରିଛନ୍ତି । ଏଡସ ରୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବା ପାଇଁ ପ୍ରତିବର୍ଷ ୟୁଏନ ପକ୍ଷରୁ ଆଜିର ଦିନକୁ ବିଶ୍ବ ଏଡ଼ସ ଦିବସ ରୂପେ ପାଳନ କରାଯାଏ ।
ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 350 ଜଣ ଏଡ଼ସ ରୋଗୀ ଚିହ୍ନଟ ହୋଇଥିବା ବେଳେ 1 ଲକ୍ଷ 7ଶହ 48 ଜଣଙ୍କ ଏଡ଼ସ ନମୁନା ପରୀକ୍ଷା କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ 207 ଜଣ ପୁରୁଷ ଥିବାବେଳେ 41 ଜଣ ମହିଳା ଓ ଦୁଇଜଣ ଉଭୟ ଲିଙ୍ଗୀ ଥିବା ଜଣାପଡିଛି । ଲୋକଙ୍କ ମଧ୍ୟରେ ଏଡ଼ସ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟ ପଣ୍ଡା ପ୍ରକାଶ କରିଛନ୍ତି । ଜନସାଧାରଣ ବିଶୋଧିତ ଛୁଞ୍ଚି, ରକ୍ତ ଗ୍ରହଣ ସମୟରେ ପରୀକ୍ଷା ଓ ସୁରକ୍ଷିତ ଯୌନ ସମ୍ବନ୍ଧ ସମ୍ପର୍କରେ ସଚେତନ ହୋଇପାରିଲେ, ଏଡ଼ସ ମୁକ୍ତ ଜିଲ୍ଲା ଗଠନ ହୋଇପାରିବ ବୋଲି ଉପସ୍ଥିତ ବକ୍ତାମାନେ ମନ୍ତବ୍ୟ ରଖିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ