ETV Bharat / state

ଜମିହରାଙ୍କୁ ଚାକିରିରୁ ଛଟେଇ, ଧାରଣାରେ ବସିଲେ ଶ୍ରମିକ - ଶ୍ରମିକଙ୍କ ଅହୋରାତ୍ର ଧାରଣା

ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ କମ୍ପାନୀରୁ ଛଟେଇ ହୋଇଥିବା ଦୁଇ ଶ୍ରମିକଙ୍କ କମ୍ପାନୀ ଫାଟକ ସମ୍ମୁଖରେ ଅହୋରାତ୍ର ଧାରଣା। ଅଧିକ ପଢନ୍ତୁ

workers protest
workers protest
author img

By

Published : Feb 2, 2023, 10:14 PM IST

workers protest

ଜଗତସିଂହପୁର: ପାରାଦ୍ବୀପ ସ୍ଥିତ 'ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ' କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକଙ୍କ ଅହୋରାତ୍ର ଧାରଣା । ଧାରଣାରେ ବସିଛନ୍ତି କମ୍ପାନୀରୁ ଛଟେଇ ହୋଇଥିବା ଦୁଇ ଶ୍ରମିକ । କମ୍ପାନୀ ନିର୍ମାଣ ପାଇଁ ଜମି ଦେଇଛନ୍ତି ଶ୍ରମିକ, ନିଜର ଭିଟାମାଟି ହରାଇଛନ୍ତି , ହେଲେ କମ୍ପାନୀ ଅଗ୍ରଗତି ହେବାପରେ ଚାକିରିରୁ ସେମାନଙ୍କୁ ଛଟେଇ କରିଛି କଣ୍ଟ୍ରାକ୍ଟର l ଏନେଇ ଚାକିରି ଯିବାପରେ ନିଜର ଜୀବିକା ଓ ପେଟ ପାଟଣା ପାଇଁ କମ୍ପାନୀ ସମ୍ମୁଖରେ ପିଲାଛୁଆ ଧରି ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିଛନ୍ତି ଶ୍ରମିକ ।

ହେଲେ କମ୍ପାନିର ସୁରକ୍ଷା କର୍ମୀ ଓ ଅଧିକାରୀମାନେ କମ୍ପାନୀ ଗେଟ୍ ସମ୍ମୁଖରୁ ଉଠିଯିବାକୁ ଧମକ ଦେଇଛନ୍ତି । ଗତ ୫ ବର୍ଷ ଧରି ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ମା ଇଞ୍ଜିନିୟରିଂ ରେ କମ୍ପାନୀ ପାଇଁ ଜମି ହରାଇଥିବା ୫୦ରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଛନ୍ତି । ହେଲେ କମ୍ପାନୀ ନିକଟସ୍ଥ ନୂଆଗଡ ଗ୍ରାମର ଦୁଇଜଣ ଶ୍ରମିକ ନିଜର ଦରମା ବୃଦ୍ଧି, ଇପିଏଫ୍, ଇଏସ୍ଆଇ ଭଳି ବିଭିନ୍ନ ଦାବିକୁ ନେଇ କଣ୍ଟ୍ରାକ୍ଟରକୁ ବାରମ୍ବାର ନିଜର ଦାବି କରିଥିଲେ। ତେଣୁ କଣ୍ଟ୍ରାକ୍ଟର ଚାକିରିରୁ ଦୁଇ ଶ୍ରମିକଙ୍କୁ ଛଟେଇ କରିଛି । ତେବେ ଏହି ଛଟେଇ କମ୍ପାନୀ ନିର୍ଦ୍ଦେଶରେ କରାଯାଇଛି ବୋଲି ଛଟେଇ ହୋଇଥିବା ଦୁଇ ଶ୍ରମିକ ଅଭିଯୋଗ ଆଣିଛନ୍ତି ।

ପୁନଃ ନିଯୁକ୍ତି ପାଇଁ ଅହୋରାତ୍ର ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ନିଜର ପେଟପାଟଣା ପାଇଁ ପରିବାର ସହ ଧାରଣାରେ ବସି ରହିଛନ୍ତି ଶ୍ରମିକ । ଅନ୍ୟପଟେ କମ୍ପାନୀର ଅଧିକାରୀ ଓ ସୁରକ୍ଷା କର୍ମୀମାନଙ୍କ ଦାଦାଗିରି ଦେଖାଉଥିବା ଅଭିଯୋଗ ହୋଇଛି । ଶ୍ରମିକ ନିଜର ପେଟପାଟଣା ପାଇଁ କମ୍ପାନୀ ଆଗରେ ଧାରଣା ଦେଇଥିବା ବେଳେ କମ୍ପାନୀ ସୁରକ୍ଷା କର୍ମୀମାନେ ଗେଟ୍‌ ସମ୍ମୁଖରୁ ଆଗରୁ ସେମାନଙ୍କୁ ହଠାଇବା ପାଇଁ ପଛାଉ ନାହାନ୍ତି । ଭାରତ ଭଳି ଗଣତନ୍ତ୍ର ରାଷ୍ଟ୍ରରେ ଶାନ୍ତିପୂର୍ଣ ଧାରଣାକୁ ଅନୁମତି ମିଳୁଥିବା ବେଳେ ପାରାଦୀପ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କ୍ଷେତ୍ରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରମିକ l ତେବେ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ପୁନଃନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଧାରଣାରତ ଶ୍ରମିକ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.