ETV Bharat / state

ମଦ ଦୋକାନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ଜଗତସିଂହପୁର କଂସାରୀ କୁଦଠାରେ ନୂତନ ମଦ ଦୋକାନ ଖୋଲିବାକୁ ନେଇ ମହିଳାଙ୍କ ବିରୋଧ । ଅଧିକ ପଢନ୍ତୁ

womens protest
womens protest
author img

By

Published : Jul 8, 2023, 9:46 AM IST

womens protest

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ କଂସାରୀ କୁଦଠାରେ ନୂତନ ମଦ ଦୋକାନ ଖୋଲିବା ନେଇ ମହିଳାଙ୍କ ବିରୋଧ । କଂସାରି କୂଦ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ମଦ ଦୋକାନ ବନ୍ଦ କରିବାକୁ ଦାବି କରିଥିଲେ । ଏନେଇ ସ୍ଥାନୀୟ ବାଲିକୁଦା ବଜାର କାଠ ଗୋଲା ଛକ ନିକଟରେ ଜଗତସିଂହପୁର-ମାଛଗାଁ ମୁଖ୍ୟ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ବାଲିକୁଦା ବ୍ଲକର ଗୋଡା ଠାରେ ଥିବା ଏକ ମଦ ଦୋକାନ କୌଣସି କାରଣରୁ ବାଲିକୁଦାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଏହି ଅଞ୍ଚଳର ମହିଳାମାନେ ଏହାକୁ ଦୃଢ଼ ବିରୋଧ କରିଛନ୍ତି ।

ମହିଳାମାନେ କହିଛନ୍ତି ଯେ, ଯଦି ଏହି ଅଞ୍ଚଳରେ ମଦ ଦୋକାନ ହୁଏ ତେବେ ଅଞ୍ଚଳ ଅଶାନ୍ତ ହେବ । ମୂଲ ମଜୁରୀ ଲାଗି ପରିବାର ଚଳାଉଥିବା ପୁରୁଷମାନେ ପାଖରେ ମଦ ଥିବା ଦେଖି ମଦପାନ କରିବେ । ଗାଁ ଭିତରେ ମଦ ଦୋକାନ ଖୋଲିଲେ ସେହି ସ୍ଥାନରେ ମହିଳାମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହେବ । ଛୋଟ ପିଲା ସେହି ରାସ୍ତା ଦେଇ ସ୍କୁଲ ଯିବା ସମ୍ଭବ ହେବନାହିଁ । ସ୍ଥାନୀୟ ଅଞ୍ଚଳକୁ ସଂଯୋଗ କରୁଥିବା ବାଲିକୁଦା ବଜାର, ମେଡିକାଲ, ଥାନା, ସ୍କୁଲ, କଲେଜକୁ ଆସିବା ପାଇଁ କଂସାରିକୁଦ ଏକମାତ୍ର ରାସ୍ତା ହୋଇଥିବା ବେଳେ ମଦ ଦୋକାନ ହେଲେ ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେବେ ।

ଏହା ମଧ୍ୟ ପଢନ୍ତୁ -ମନ୍ଦିର ନିକଟରେ ଖୋଲିବାକୁ ଯାଉଛି ମଦ ଦୋକାନ, ବିରୋଧ କଲେ ମହିଳା

ତେବେ ଏହାକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅବକାରୀ ବିଭାଗ ପର୍ଯ୍ୟନ୍ତ ଦାବି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଗତକାଲି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଥିବା କହିଛନ୍ତି । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ବାଲିକୁଦା ପୋଲିସ ଓ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ଏହାର ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଯଦି ଆମ କଥାକୁ ଗୁରୁତ୍ୱ ନ ଦିଆଯାଇ ଏଠାରେ ମଦ ଦୋକାନ କରାଯିବ ତାହାଲେ ମଦ ଦୋକାନକୁ ପୋଡିବା ସହିତ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଆନ୍ଦୋଳନକାରୀ ମହିଳାମାନେ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.