ETV Bharat / state

ଜଗତସିଂହପୁର: ଆବର୍ଜନା ସଂଗ୍ରହ ଗାଡ଼ି ଚଳାଇ ସ୍ବାବଲମ୍ବୀ ମହିଳା - ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଆବର୍ଜନା ଗାଡ଼ି

ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ଆବର୍ଜନା ଗାଡ଼ି । ଜଗତସିଂପୁର ପୌର ପରିଷଦ ପକ୍ଷରୁ ବେଟ୍ରି ଚାଳିତ ଅଟୋ ମାଧ୍ୟମରେ ୱାର୍ଡର ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ ମହିଳାଙ୍କୁ ନିଯୁକ୍ତ କରାଯାଇଛି । ଫଳରେ ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । ଅଧିକ ପଢ଼ନ୍ତୁ

women became self sufficient by driving garbage collection vehicle in jagatsinghpur
ଆବର୍ଜନା ସଂଗ୍ରହ ଗାଡ଼ି ଚଳାଇ ସ୍ବାବଲମ୍ବୀ ହେଲେ ମହିଳା
author img

By

Published : Aug 9, 2022, 8:28 PM IST

ଜଗତସିଂହପୁର: ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପୌର ପ୍ରଶାସନ । ଯାହା ଫଳରେ ସହର ସଫା ସୁତୁରା ହେବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି ମହିଳା । 2021ରେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ବେଟ୍ରି ଚାଳିତ ଅଟୋ ମାଧ୍ୟମରେ ୱାର୍ଡର ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ ପାଇଁ 10 ଜଣ ମହିଳାଙ୍କୁ ନିଯୁକ୍ତ କରାଯାଇଥିଲା । ଭୋର 6ଟାରୁ ମହିଳାମାନେ ସ୍ବଚ୍ଛ ଭାରତ ସଙ୍ଗୀତ ବଜାଇ ୱାର୍ଡ ବୁଲିବା ସହ ପ୍ରତେକ ଘରୁ ଆବର୍ଜନା ସଂଗ୍ରହ କରି ଖତ ପ୍ରସ୍ତୁତ କରୁଛନ୍ତି ।

ଆବର୍ଜନା ସଂଗ୍ରହ ଗାଡ଼ି ଚଳାଇ ସ୍ବାବଲମ୍ବୀ ହେଲେ ମହିଳା

ଯହାଦ୍ବାର ପରିବେଶ ଆବର୍ଜନା ମୁକ୍ତ ହେଉଥିବା ବେଳେ ଏଥିରେ ନିଯୁକ୍ତ ମହିଳାମାନେ ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଲକଡାଉନ ପରେ ଜୀବିକା ହରାଇଥିବା ମହିଳାମାନେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । ଏପରିକି ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇ ପଡୁଥିଲା । ସଫେଇ କାର୍ଯ୍ୟରେ ନିଯୁକ୍ତ ଥିବା ମହିଳା କହିଛନ୍ତି " ଏହି କାର୍ଯ୍ୟ ଆମକୁ ସ୍ବାବଲମ୍ବୀ କରାଇବା ସହ ଆତ୍ମନିର୍ଭରର ବାଟ ଦେଖାଇଛି ।"

ଇଟିଭି ଭାରତ, ଜଗତସିଂହପୁର

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.