ETV Bharat / state

ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ମହିଳାଙ୍କ ମୃତ୍ୟୁ - ଜଗତସିଂହପୁର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର

ଜଗତସିଂହପୁର ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାରବେଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ମହିଳାଙ୍କ ମୃତ୍ୟୁ

author img

By

Published : Dec 12, 2020, 7:29 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତ ମହିଳା ଜଣକ ଏରସମା ଥାନା ଅନ୍ତର୍ଗତ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତା ରାଉତ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ମେଡିକାଲ ପରିସରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ମେଡିକାଲ ଫାଟକ ଆଗ 55ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକେ ଅବରୋଧ କରିବା ସହ ମୃତ ମହିଳାଙ୍କ ପରିବାରକୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କୁ ଗିରଫ ଦାବି କରିଛନ୍ତି ।

ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରରେ ମହିଳାଙ୍କ ମୃତ୍ୟୁ

ଘଟଣାସ୍ଥଳରେ ତିର୍ତ୍ତୋଲ ଏସଡିପିଓ ଦୀପକ ଜେନା, ଏରସମା ତହସିଲଦାର, ଏରସମା ବିଡ଼ିଓ ଥାନା ଅଧିକାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ସହ ଆଲୋଚନା କରିଥିବାବେଳେ ଜିଲ୍ଲାପାଳ, ସିଡିଏମଓ ଆସି ଦାବି ପୁରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି । ଆନ୍ଦୋଳନକାରୀଙ୍କ ସହ ସିପିଆଇ, ଭାରତୀୟ ଜନତା ପାର୍ଟି, କଂଗ୍ରେସ ଦଳର ଛାମୁଆ ନେତାମାନେ ରହି ଘଟଣାର ପ୍ରତିବାଦ କରିଛନ୍ତି । ଘଟଣା ସମ୍ପର୍କରେ ମେଡିକାଲ ପରିସରରେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଏହାର ସମାଧାନ ପାଇଁ ଆଲୋଚନା କରୁଥିବା ଜଣାପଡିଛି ।

ତେବେ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଦ୍ବାରା ବିଗତ ଦିନରେ ଏକାଧିକ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଡାକ୍ତରଙ୍କ ଦ୍ବାରା ଏକାଧିକ ବେଆଇନ କାର୍ଯ୍ୟ ଯୋଗୁଁ ରାହାମାରେ ଥିବା ଘରୋଇ ଡାକ୍ତରଖାନାରେ କିଛି ଦିନ ତଳେ ପୋଡାଜଳା ଓ ପ୍ରାଶସନ ସିଲ କରିବା ଘଟଣା ଘଟିଥିଲା । ଏବେ ପୁଣି ସେହି ଚର୍ଚ୍ଚିତ ଡାକ୍ତରଙ୍କ ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

କ୍ଷତିପୂରଣ ଦାବିରେ ପ୍ରଶାସନ ସହିତ ସ୍ଥାନୀୟ ମନ୍ତ୍ରୀଙ୍କ ପ୍ରତିନିଧି ପିତବାସ ଗୋଛାୟତ, ଏରସମା ବ୍ଲକ ଚେୟାରମ୍ୟାନ ପ୍ରଣବ ସ୍ୱାଇଁ, ସମାଜସେବୀ ନଳୀନ ସ୍ୱାଇଁ, ଶଶିକାନ୍ତ ପରିଡା, ବିଜେପି ଷ୍ଟେଟ ଭାଇସ ପ୍ରେସିଡେଣ୍ଟ ନୃସିଂହ ସାହୁ ଓ ବହୁ ପ୍ରତିନିଧି ଆଲୋଚନା କରିବାପରେ ମୃତ ପରିବାରକୁ ୪ଲକ୍ଷ ଟଙ୍କା ଦେବା ସହ ମନ୍ତ୍ରୀ ରଘୁନନ୍ଦନ ଦାସ ନିଜସ୍ୱ ତରଫରୁ ୧ ଲକ୍ଷ ଟଙ୍କା ଦେବେ ବୋଲି ସାଂସଦ ପ୍ରତିନିଧି ପୀତବାସ ଗୋଛାୟତ କହିଛନ୍ତି । ଏହାବ୍ୟତୀତ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା ଓ ପରିବାରକୁ ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବା ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.