ETV Bharat / state

ବିବାହର ୧୩ ବର୍ଷ ପରେ ବି ଯୌତୁକ ନିର୍ଯାତନା, ଜୀବନ ହାରିଲେ ବଧୂ

ବିବାହର ୧୩ ବର୍ଷ ପରେ ବି ଯୌତୁକ ନିର୍ଯାତନା ଦେଉଥିଲେ ଶାଶୁଘର ଲୋକେ । ଶେଷରେ ଜୀବନ ହାରିଦେଲେ ମହିଳା । ଅଧିକ ପଢନ୍ତୁ

ଯୌତୁକ ନିର୍ଯାତନା ସହି ନପାରି ମହିଳାଙ୍କ ଆତ୍ମହତ୍ୟା

author img

By

Published : Jul 26, 2023, 11:45 AM IST

Updated : Jul 26, 2023, 2:27 PM IST

ଜୀବନ ହାରିଲେ ବଧୂ

ଜଗତସିଂହପୁର: ପୁଣି ଯୌତୁକ ଜୁଇଲେ ଜଳିଲେ ବଧୂ । ବର୍ଷ ବର୍ଷ ଧରି ଶାଶୁଘର ଲୋକଙ୍କ ଦ୍ବାରା ଯୌତୁକ ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଭଟଣା ଗ୍ରାମରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ସେହି ଗ୍ରାମର ପୂଜାରାଣୀ ଲେଙ୍କା । ବିବାହର ୧୩ ବର୍ଷ ପରେ ବି ଶାଶୁଘର ଲୋକେ ତାଙ୍କୁ ଅଧିକ ଯୌତୁକ ଆଣିବାକୁ ଦାବି ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏହାକୁ ସହ୍ୟ କରିପାରି ଶେଷରେ ସେ ଜୀବନ ହାରି ଦେଇଥିବା ନାଉଗାଁ ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କ ବାପଘର ଲୋକେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୂଜା ରାଣୀ ଲେଙ୍କା ଭଟଣା ଗ୍ରାମର ଭିକାରି ଲେଙ୍କାକୁ ଗତ ୧୩ ବର୍ଷ ପୂର୍ବେ ବିବାହ କରିଥିଲେ l ବିବାହର କିଛି ଦିନ ପରେ ପୂଜାଙ୍କର ଏକ କନ୍ୟା ସନ୍ତାନ ଓ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା l କିନ୍ତୁ ଦୀର୍ଘ ବର୍ଷ ପରେ ବି ସ୍ବାମୀ ଓ ତାଙ୍କର ପରିବାର ଲୋକେ ପୂଜାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିଲେ । ବାରମ୍ବାର ନିର୍ଯାତିତ ହେବା ପରେ ଅତିଷ୍ଠ ହୋଇ ଶେଷରେ ସେ ବିଷ ପିଇ ଦେଇଥିଲେ । ଏହି ଖବର ପାଇ ମାତ୍ରେ ବାପଘର ଲୋକେ ପୂଜାରାଣୀଙ୍କୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ମୃତକଙ୍କ ବାପାଘର ଲୋକେ ଶାଶୁଘର ଲୋକଙ୍କ ବିରୋଧରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଗୁଣି ଗାରେଡି ସନ୍ଦେହ, ଶାବଳରେ ପିଟିପିଟି ହତ୍ୟା

ଅଭିଯୋଗ କ୍ରମେ ନାଉଗାଁ ପୋଲିସ ମେଡ଼ିକାଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛି । ଏହାସହିତ ମୃତ ମହିଳାଙ୍କ ସ୍ୱାମୀକୁ ଥାନାକୁ ଆଣି ପଚରାଉଚରା କରୁଥିବା ଖବର ମିଳିଛି । କିଛି ଦିନ ତଳେ ନୂଆପଡା ଜିଲ୍ଲା ସରଧାପୁର ଗାଁରେ ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ଆସିଥିଲା । ମହିଳାଙ୍କ ବାପଘର ଲୋକେ ଏହି ଅଭିଯୋଗ କରିଥିଲେ । ମୃତ ମହିଳା ଥିଲେ ସରଧାପୁର ଗାଁର ଲିଙ୍ଗରାଜଙ୍କ ସ୍ତ୍ରୀ ସାବିତ୍ରୀ । ଯୌତୁକ ପାଇଁ ଲିଙ୍ଗରାଜ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ମହିଳାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 26, 2023, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.