ETV Bharat / state

ସ୍ବାମୀଙ୍କ ପାଇଁ ପ୍ରଚାର ମଇଦାନରେ ପତ୍ନୀ ତେଜସ୍‌ ବିଶ୍ବାଳ

ଜିଲ୍ଲାରେ ନିର୍ବାଚନୀ ଉର୍ଷ୍ଣତା 50 ଡିଗ୍ରୀ ଛୁଇଁଲାଣି । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କୁ ଏବେ ଫୁରସତ ଟିକେ ନାହିଁ । ତେଣେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଏକ ସମ୍ମାନସ୍ପଦ ଆସନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳର ଆଖି ଏବେ ଏହି ଆସନ ଉପରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Apr 20, 2019, 11:25 AM IST

Updated : Apr 20, 2019, 11:32 AM IST

ଜଗତସିଂହପୁର: ଜିଲ୍ଲାରେ ନିର୍ବାଚନୀ ଉଷ୍ଣତା 50 ଡିଗ୍ରୀ ଛୁଇଁଲାଣି । ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀଙ୍କୁ ଏବେ ଫୁରସତ ଟିକେ ନାହିଁ । ତେଣେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଏକ ସମ୍ମାନସ୍ପଦ ଆସନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳର ଆଖି ଏବେ ଏହି ଆସନ ଉପରେ ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଦୀର୍ଘ ଦିନ ଧରି ଏହି ଆସନ ବିଜେଡି କବ୍‌ଜାରେ ରହିଥିଲା । କିନ୍ତୁ ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବୀ ବିଶ୍ବାଳ ବିଜୟୀ ହେବା ପରେ କଂଗ୍ରେସ ଏହି ଆସନ ଦଖଲ କରିଥିଲା । ତେଣୁ ଗତଥର ପରି ଚଳିତଥର ମଧ୍ୟ କଂଗ୍ରେସ ପୁଣି ଏହି ଆସନ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ।

ଏନେଇ ଶୁକ୍ରବାର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲେ ରାଜନୀତିରେ ସକ୍ରିୟ ନଥିବା ଚିରଞ୍ଜୀବୀଙ୍କ ପତ୍ନୀ ତେଜସ୍ ବିଶ୍ବାଳ । ଘରଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବା ସହ ନିର୍ବାଚନରେ ଦଳକୁ ମତଦାନ ଦେବା ପାଇଁ ବୁଝାଇଛନ୍ତି ତେଜସ୍‌ । ତେବେ ତାଙ୍କ ସହ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ରାଉତ, ଜୋନାଲ ହେଡ୍ ବିଦ୍ୟାଧର ବାରିକ ଓ ଦଳିତ ସେଲ୍ ଆବାହକ ପବନି ଭୋଇ ଘରଘର ବୁଲି ଭୋଟ ଭିକ୍ଷା କରିଥିଲେ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Intro:Body:Conclusion:
Last Updated : Apr 20, 2019, 11:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.