ETV Bharat / state

ପ୍ରମୁଖ କେନାଲରେ ଦଳ, ଜଳ ପ୍ରବାହରେ ସମସ୍ୟା - ମାଛଗାଁ କେନାଲ

ଜଗତସିଂହପୁର ଜିଲ୍ଲାର ଜୀବନରେଖା ଭାବେ ପରିଚିତ 2ଟି ପ୍ରମୁଖ କେନାଲ ତାଳଦଣ୍ଡା ଓ ମାଛଗାଁ କେନାଲରେ ପ୍ରଚୁର ପରିମାଣରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଛି। ଅଧିକ ପଢନ୍ତୁ...

ତାଳଦଣ୍ଡା ଓ ମାଛଗାଁ କେନାଲରେ ଦଳ, ଜଳ ପ୍ରବାହରେ ସମସ୍ୟା

author img

By

Published : Jul 7, 2020, 3:45 AM IST

Updated : Jul 7, 2020, 3:52 AM IST

ଜଗତସିଂହପୁର: ଜିଲ୍ଲାର ଜୀବନରେଖା ଭାବେ ପରିଚିତ 2ଟି ପ୍ରମୁଖ କେନାଲ ତାଳଦଣ୍ଡା ଓ ମାଛଗାଁ କେନାଲରେ ପ୍ରଚୁର ପରିମାଣରେ ଦଳ ଭର୍ତ୍ତି ହୋଇଯାଇଥିବାରୁ ଜଳ ପ୍ରବାହରେ ସମସ୍ୟା ସୃଷ୍ଟି ହୋଇଛି। କଟକର ଜୋବ୍ରା ନିକଟରୁ ବାହାରି ବିରିବାଟି ନିକଟରୁ ପାରାଦ୍ବୀପ ଓ ଜଗତସିଂହପୁରରୁ ମାଛଗାଁ ପର୍ଯ୍ୟନ୍ତ ଜଳସେଚିତ କରୁଥିବା ଏହି କେନାଲ ଓ ତାର ଶାଖା କେନାଲ ଗୁଡିକରେ ଦଳ ଯୋଗୁଁ ପାଣି ତଳିଆ ଅଞ୍ଚଳ ପର୍ଯ୍ୟନ୍ତ ଯାଇ ପାରୁନାହିଁ। ଯାହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି।

ପ୍ରମୁଖ କେନାଲରେ ଦଳ, ଜଳ ପ୍ରବାହରେ ସମସ୍ୟା

ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଜଳସେଚନ ବିଭାଗ ପକ୍ଷରୁ ମେ ମାସ ରୁ ଜୁନ ମାସ ମଧ୍ୟରେ ମୁଖ୍ୟ କେନାଲ ଓ ତାର ଶାଖା କେନାଲ ଗୁଡିକ ସଫା କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଜୁନ ଯାଇ ଜୁଲାଇ ଆରମ୍ଭ ହୋଇ ଥିଲେ ବି ବିଭାଗ ପକ୍ଷରୁ ମୁଖ୍ୟ କେନାଲ କିମ୍ବା ଶାଖା କେନାଲଗୁଡିକ ସଫା କରାଯାଇ ନାହିଁ। ଜିଲ୍ଲାରେ ବର୍ଷାଭାବ ସାଙ୍ଗକୁ କେନାଲରେ ପାଣି ଆସୁ ନଥିବାରୁ, ଚାଷ ପାଇଁ ଚାଷୀ ହଇରାଣ ହରକତ ହେଉଛନ୍ତି। ଜଳସେଚନ ବିଭାଗ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Jul 7, 2020, 3:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.