ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ସରିବା ପରେ ଆଜି ପ୍ରଶାସନ ପକ୍ଷରୁ ସମସ୍ତ ଭିଭିପ୍ୟାଟ ମେସିନ ଗୁଡିକୁ ଜଗତସିଂହପୁର ଏସ ଭି ଏମ କଲେଜକୁ ସ୍ଥାନାନ୍ତର କରାଯାଇଛି । 373ଟି ବୁଥର ସମସ୍ତ ଇଭିଏମ ମେସିନ ଗୁଡ଼ିକ ଏସଭିଏମ କଲେଜ ପରିସରରେ ରଖାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ଏସପି ଆର ପ୍ରକାଶ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ଭିଭିପ୍ୟାଟ ଓ ଇଭିଏମ ମେସିନ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ ରଖା ଯାଇ କଲେଜକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । କଲେଜ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କଲେଜ ପରିସରରେ ସଶସ୍ତ୍ର ପୋଲିସ ବାହିନୀ ଦିବାରାତ୍ର ଜଗି ରହିବା ପାଇଁ ବ୍ୟବସ୍ଥା କରାଯାଇଛି । କଲେଜ ପରିସୀମାର 100 ମିଟର ପରାଧି ମଧ୍ୟରେ ନିଷେଧାଞ୍ଚଳ ଘୋଷଣା କରିଛି ପ୍ରଶାସନ । ଆସନ୍ତା 10 ତାରିଖ ଦିନ ଏହିଠାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ