ETV Bharat / state

Panchayat Polls: ନେତା ବାଛୁଛନ୍ତି ଜଗତସିଂହପୁର ଓ ନିଆଳି ଭୋଟର - ଭୋଟ ଦେଉଛି ଜଗତସିଂହପୁର

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଶେଷ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଜଗତସିଂହପୁର ଜିଲ୍ଲାର ନାଉଗାଁ ଓ ଏରସମା ବ୍ଲକରେ ଆରମ୍ଭ ହୋଇଛି ମତଦାନ । ସେହିପରି ନିଆଳି ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Panchayat Polls: ଜଗତସିଂହପୁର ଓ ଗଜପତିରେ ପଡୁଛି ଭୋଟ

author img

By

Published : Feb 24, 2022, 10:02 AM IST

ଜଗତସିଂହପୁର/ନିଆଳି: ଆଜି(ଗୁରବାର) ତ୍ରିସ୍ତରୀୟ ପଞ୍ଚାୟତର ଶେଷ ପର୍ଯ୍ୟାୟ ନିର୍ବାଚନ । ଜିଲ୍ଲାର ନାଉଗାଁ ଓ ଏରସମା ବ୍ଲକରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ସକାଳ 7 ଟାରୁ ବିଭିନ୍ନ ବୁଥରେ ଶାନ୍ତି, ଶୃଙ୍ଖଳାର ସହ ମତସାବ୍ୟସ୍ତ କରୁଛନ୍ତି ମତଦାତା । ଏରସମା ଓ ନାଉଗାଁ ବ୍ଳକରେ 1 ଲକ୍ଷ୍ୟ 88 ହଜାର ଭୋଟର ନିଜର ମତ ସାବ୍ୟସ୍ତ କରୁଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ମତଦାନ ଜାରି

ଏରସମାର 55ଟି ସମ୍ବେଦନଶୀଳ ଓ 94ଟି ଅତି ସମ୍ବେଦନଶୀଳ ବୁଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏରସମା ବିଡ଼ିଓ କୈଳାସ ଚନ୍ଦ୍ର ବେହେରା ଓ ତହସିଲଦାର ପ୍ରଜ୍ଞାନନ୍ଦ ଦାସ ନାଉଗାଁ ବିଡ଼ିଓ ରଶ୍ମିରେଖା ମଲ୍ଲିକ ଓ ତହସିଲଦାର କେ କଳ୍ପନା ବିଭିନ୍ନ ବୁଥ ବୁଲି ତଦାରଖ କରୁଥିବା ଦେଖିବାକୁ ମିଳିଛି।

ନିଆଳି ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗ୍ରହଣ ଜାରି

ସେହିପରି କଟକ ଜିଲ୍ଲାର ନିଆଳିରେ ମଧ୍ୟ ସକାଳ 7ଟାରୁ ମଦାନ କରୁଛନ୍ତି ଭୋଟର । ନିଆଳି ବ୍ଳକର ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ନିଆଳି ବ୍ଲକରେ ୨୩ଟି ପଞ୍ଚାୟତ ରହିଛି । ନିଆଳି ବ୍ଲକର ମୋଟ ୧ ଲକ୍ଷ ୩୩ ହଜାର ୪୧୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ।

ନିଆଳି ବ୍ଳକ ୨୩ଟି ପଞ୍ଚାୟତ ପାଇଁ ୪୭୨ଟି ବୁଥ କରାଯାଇଛି। ଏଥିମଧ୍ୟରୁ ୧୦୨ଟି ଅତି ଉତ୍ତେଜନା ପ୍ରବଣ ଭାବରେ ଚିହ୍ନଟ କରାଯାଇଥିବା ବେଳେ ୨୩୧ ଟି ବୁଥକୁ ଉତ୍ତେଜନା ପ୍ରବଣ ଭାବରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଓ ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.