ETV Bharat / state

ପାରାଦ୍ୱୀପରେ ଆରମ୍ଭ ହେଲା ପ୍ରସିଦ୍ଧ ବିଶ୍ଵକର୍ମାଙ୍କ ପୂଜା - ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଜଗତସିଂହପୁର

ଶିଳ୍ପ ନଗରୀ ପାରାଦ୍ୱୀପଠାରେ ଆରମ୍ଭ ହୋଇଛି ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା । ଦୀର୍ଘ ୭ ଦିନ ଧରି ପୂଜା ଅନୁଷ୍ଠିତ ହେଉ ଥିବାବେଳେ ଚଳିତ ବର୍ଷ ୧୬ ଟି ମେଢ଼ ପୂଜା ପାଇଛନ୍ତି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ ଆରମ୍ଭ ହେଲା ପ୍ରସିଦ୍ଧ ବିଶ୍ଵକର୍ମାଙ୍କ ପୂଜା

author img

By ETV Bharat Odisha Team

Published : Sep 17, 2023, 7:44 PM IST

ପାରାଦ୍ୱୀପରେ ଆରମ୍ଭ ହେଲା ପ୍ରସିଦ୍ଧ ବିଶ୍ଵକର୍ମାଙ୍କ ପୂଜା

ଜଗତସିଂହପୁର: ଆରମ୍ଭ ହୋଇଛି ପାର୍ବଣ ରୁତୁ ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଆଜି ଧରାବତରଣ କରିଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା । ଶିଳ୍ପ ନଗରୀ ପାରାଦ୍ୱୀପରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ଵକର୍ମାଙ୍କ ପୂଜା ।ବିଶ୍ଵକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସହର । ପାରାଦ୍ବୀପର ବିଶ୍ବକର୍ମା ପଜା ବିଶ୍ବ ପ୍ରସିଦ୍ଧ । ଆଜି ବନ୍ଦର ନଗରୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ମନ୍ତ୍ର ଉଚ୍ଚାରଣରେ ଗୁଞ୍ଜରୀତ ହୋଇ ଉଠିଛି ସହର । ଦୀର୍ଘ ୭ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉ ଥିବାବେଳେ ଚଳିତ ବର୍ଷ ପାରାଦ୍ୱୀପ ସହରରେ ୧୬ଟି ମେଢ଼ ସାଙ୍ଗକୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ ଦେଖିବାକୁ ମିଳିଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ତୋରଣ ନିର୍ମାଣରେ କିଛିଟା ବିଳମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ସୁଦ୍ଧା ସମସ୍ତ କାମ ଶେଷ ହୋଇଛି ।

ଚଳିତ ବର୍ଷ ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବୌଦ୍ଧ ମନ୍ଦିର ଶୈଳିରେ ନିର୍ମିତ ତୋରଣ ଏହା ସାଧାରଣତଃ ତିବତ, ବର୍ମା ଇତ୍ୟାଦି ଅଞ୍ଚଳରେ ଦେଖିବାକୁ ମିଳେ । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେଉ ଥିବାରୁ ଖାଲି ଜଗତସିଂହପୁର ଜିଲ୍ଲା ନୁହେଁ କେନ୍ଦ୍ରାପଡ଼ା, ପୁରୀ ଆଦି ଜିଲ୍ଲାରୁ ଲୋକେ ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା, ଉତ୍ସବ ମୁଖର ପୁରପଲ୍ଲୀ

ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା କରାଯାଇଛି । ଯାହାକୁ ନେଇ ପାରାଦ୍ୱୀପ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ପୂର୍ବରୁ ପାରାଦ୍ୱୀପରେ ୨୦ରୁ ଅଧିକ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରା ଯାଉଥିବାବେଳେ ଚଳିତ ବର୍ଷ କେତେକ ଶିଳ୍ପସଂସ୍ଥା ଓ ଶ୍ରମିକ ସଂଗଠନ ପକ୍ଷରୁ ପୂଜା ମଣ୍ଡପ ନିର୍ମାଣ କରାଯାଇ ନଥିବାରୁ ମେଢ଼ ସଂଖ୍ୟା ହ୍ରାସ ପାଇଛି । ଚଳିତ ବର୍ଷ ୧୬ଟି ମେଢ଼ରେ ନିର୍ମାଣ ହୋଇଛି । କିଭଳି ଶାନ୍ତିଶୃଙ୍ଖଳା ସହ ଧୁମ୍‌ଧାମ୍‌ରେ ପୂଜା କରାଯିବ ସେନେଇ ବନ୍ଦର ପ୍ରଶାସନ ଲକ୍ଷ୍ୟ ରଖିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସୁରକ୍ଷାକୁ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସବୁ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ହେଉଥିବାରୁ ବ୍ୟସାୟୀମାନେ ମଧ୍ୟ ବେଶ୍ ଖୁସି ଥିବା ଜଣା ପଡିଛି । ସ୍ଥାନୀୟ ସିନେମା ହଲ ଛକ ଠାରୁ ଜୟଦେବ ସଦନ ପର୍ଯ୍ୟନ୍ତ ଅସ୍ଥାୟୀ ଦୋକାନ ବଜାର ସାଙ୍ଗକୁ ଚଟପଟି ଖାଦ୍ୟର ଆସର ଜମିଛି ।

ଈଟିଭି ଭାରତ,ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.