ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଢାଉ କରିଛି ଭିଜିଲାନ୍ସ ।
କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ର 3 ଜଣିଆ ଟିମ ସଂଯୁକ୍ତା ଦାସଙ୍କ ଅଫିସରେ ଚଢାଉ କରିଛନ୍ତି । ଜିଲ୍ଲାର ପଞ୍ଚାୟତରାଜ ବିଭାଗରେ କାର୍ଯ୍ୟରତ ଥିବା ମୁଖ୍ୟ କିରାଣୀ ସଂଯୁକ୍ତା ଦାସଙ୍କ ଘର ଓ ଅଫିସ,ଉପରେ ଚଢ଼ାଉ କରାଯାଇଛି । ସେହିପରି ଜିଲ୍ଲାପାଳଙ୍କ ପଛପଟେ ଥିବା ଘର, ସାତପୁର ସ୍ଥିତ ପୈତୃକ ଘର, କଟକରେ ଥିବା ଘରେ ଚଢ଼ାଉ ଜାରୀ ରହିଛି । ବର୍ତ୍ତମାନ ସୁଦ୍ଧା 2ଟି ବ୍ୟାଙ୍କ ଲକର, ପୋଷ୍ଟଲ ଜମା,ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଖନତଲାସ ଜାରୀ ରହିଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ