ଜଗତସିଂହପୁର: ପାରାଦୀପ ସମୁଦ୍ର ଉପକୂଳରେ ପଡ଼ିଛି ଶହଶହ ମୃତ ଅଲିଭ ରିଡଲେ୍ କଇଁଛ । କେଉଁଠି ମୃତ କଇଁଛ ସଢିକି ଦୁର୍ଗନ୍ଧ ବାହାରୁଛି ତ, ଆଉ କେଉଁଠି ଏହାକୁ କୁକୁର ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଏହି ବିରଳ ଅଲିଭ୍ ରିଡଲେ୍ କଇଁଛର ସୁରକ୍ଷା ନେଇ ସରକାର ଓ ବନ ବିଭାଗ ବିଭିନ୍ନ ପଦକ୍ଷପ ଗ୍ରହଣ କରିଥିବା ବେଳେ କିନ୍ତୁ ତାହା କେତେ ବାସ୍ତବ, ତାହା ଆଜି ଏହା ପାରାଦୀପ ସମୁଦ୍ର ଉପକୁଳରେ ଦେଖିବାକୁ ମିଳିଛି । କୂଳରେ ଅଣ୍ଡା ଦେବାକୁ ଆସିବା ସମୟରେ ନିଷେଦ୍ଧାଞ୍ଚଳରେ ମାଛଧରା ଟ୍ରଲର କଇଁଛଙ୍କ ମୃତ୍ୟୁ ହେଉଛି ।
ଶହଶହ ସଂଖ୍ୟାରେ ଅଲିଭ୍ ରିଡଲେ୍ କଇଁଛ ମରି ଢେଉ ମାଡରେ କୂଳରେ ଲାଗୁଛନ୍ତି । ସେଠାରେ କୁକୁର ଖାଉଥିବା ସହି ଉପକୂଳ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । କିନ୍ତୁ ଏହି ବିରଳ ପ୍ରାଣୀଙ୍କର ମୃତ୍ୟୁକୁ ଦେଖି ମଧ୍ୟ ଚୁପ ରହିଛି ବନ ବିଭାଗ । ଯାହାକୁ ନେଇ ବୃଦ୍ଧି ପାଇଛି ଅସନ୍ତୋଷ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ