ETV Bharat / state

ପାରାଦୀପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

author img

By

Published : Apr 24, 2022, 9:04 PM IST

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ । ଦୁଇଦିନ ଧରି ପାରାଦ୍ଵୀପ ବନ୍ଦରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସହିତ ବନ୍ଦର କାର୍ଯ୍ୟର ସମୀକ୍ଷା‌ କରିବେ । ଅଧିକ ପଢନ୍ତୁ

ପାରାଦ୍ଵୀପ ଗ୍ରସ୍ତରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ଜଗତସିଂହପୁର: ଦୁଇଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ, ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ । ଦୁଇଦିନ ଧରି ପାରାଦ୍ଵୀପ ବନ୍ଦରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ସହିତ ବନ୍ଦର କାର୍ଯ୍ୟର ସମୀକ୍ଷା‌ କରିବେ । ଆଜି(ରବିବାର) ଅପରାହ୍ନ ୩.୦୦ଟାରେ ଷଣ୍ଢକୁଦରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସିଧା ନେହେରୁ ବଙ୍ଗଳା ସ୍ଥିତ ଜବାହରଲାଲ ଗେଷ୍ଟ ହାଉସ୍‌ ଯାଇଥିଲେ ।

ପାରାଦୀପରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ସେଠାରେ ତାଙ୍କୁ ବନ୍ଦର ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପରେ ବନ୍ଦରର ହାରବର ଅଞ୍ଚଳ ବୁଲିବା ସହିତ ଏକ ଡକ୍ କ୍ୟାଣ୍ଟିନର ଉଦ୍‌ଘାଟନ କରିଥିଲେ । ପରେ ବନ୍ଦର ନିଷିଦ୍ଧାଞ୍ଚଳରେ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ।

ସନ୍ଧ୍ୟାରେ ବନ୍ଦରର ଷ୍ଟକ୍ ହୋଲ୍ଡର ମାନଙ୍କ ସହିତ ଏକ ବୈଠକ, ବନ୍ଦର କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ସୋମବାର ଦିନ ଇଫକୋ, ଓଡ଼ିଶା ଷ୍ଟିଭେଡୋର ଲିମିଟେଡ୍‌ (OSL) ଓ ପାରାଦ୍ଵୀପ ବନ୍ଦର ସହାୟତାରେ ନିର୍ମିତ ଓଡ଼ିଶାର ପ୍ରଥମ ନଦୀଭିତ୍ତିକ ବନ୍ଦରର ଉଦ୍‌ଘାଟନ କାର୍ଯ୍ୟକ୍ରମ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.