ETV Bharat / state

ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ

author img

By

Published : Apr 14, 2022, 3:26 PM IST

Updated : Apr 14, 2022, 4:25 PM IST

ଓଡିଆ ନବବର୍ଷରେ ଅଘଟଣ । ମହାନଦୀରେ ଗାଧୋଇବା ସମୟରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ନିକଟରେ ରାମ ନବମୀ ଦିନ କଟକ ଯୋବ୍ରା ବ୍ୟାରେଜ ନିକଟରେ ବୁଡି 3 ଜଣଙ୍କ ପ୍ରାଣ ଯାଇଥିଲା । ଅଧିକ ପଢନ୍ତୁ

ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ
ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ

ପାରାଦ୍ବୀପ: ପୁଣି ମହାନଦୀରେ ଗଲା ଜୀବନ । ଆଜି (ଗୁରୁବାର) ପୁଣି ମହାନଦୀରେ ବୁଡି 2 ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସୂଚନା । ନିକଟରେ ରାମ ନବମୀ ଦିନ କଟକ ଯୋବ୍ରା ବ୍ୟାରେଜ ନିକଟରେ ବୁଡି 3 ଜଣଙ୍କ ପ୍ରାଣ ଯାଇଥିଲା ।

ପୁଣି ମହାନଦୀରେ ବୁଡି 2 ଛାତ୍ର ମୃତ

ଖବର ଅନୁଯାୟୀ, ଆଜି ସକାଳ ୧୦ ଟା ସମୟରେ କୁଜଙ୍ଗ ବ୍ଲକ ପଥୁରିଆ ଗ୍ରାମର ୪ ଜଣ କଲେଜ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଦୁଇଜଣ ଛାତ୍ର ଗାଧୋଇସାରି ଉପରେ ଠିଆ ହୋଇ ଥିବାବେଳେ ଅନ୍ୟ ଦୁଇଜଣ ମହାନଦୀ ପାଣିରେ ଗାଧୋଉ ଥିଲେ । ହଠାତ୍ ଉଭୟଙ୍କ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଗ୍ରାମବାସୀ ନଦୀରୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ଛାତ୍ର ଦ୍ବୟ ପଥୁରିଆ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ପୁଅ ରାଜିବ ଲୋଚନ ସାହୁ ଏବଂ ଦିବାକର ସାହୁଙ୍କ ପୁଅ ଅଭିଜିତ ସାହୁ । ଉଭୟଙ୍କ ବୟସ ୧୮ ବର୍ଷ ହୋଇ ଥିବାବେଳେ ଉଭୟ ଯୁକ୍ତ ଦୁଇରେ ପାଠ ପଢୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପଣା ସଂକ୍ରାନ୍ତିରେ ଏଭଳି ଏକ ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ତେବେ ନିକଟରେ ରାମ ନବମୀ ଦିନ କଟକ ଯୋବ୍ରା ନିକଟରେ ମଧ୍ୟ ସମାନ ଢଙ୍ଗରେ 3 ଜଣ ପିଲାଙ୍କ ମୃତ୍ୟୁ ଘେଟିଥିଲା । ଗାଧୋଇବା ସମୟରେ ଗୋଡ ଖସି 3 ମୂଲ୍ୟବାନ ଜୀବନ ଚାଲିଯାଇଥିଲା । ବାରମ୍ବାର ଏପରି ଅଘଟଣ ସତ୍ତ୍ବେ ସଚେତନତାର ଅଭାବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଜଗତସିଂହୁପରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 14, 2022, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.