ETV Bharat / state

ଅକାରଣେ ଲୋକଙ୍କୁ ମାଡ ମାରି 2 ପୋଲିସ ନିଲମ୍ବିତ - lockdown issue

ବିନା କାରଣରେ ଲୋକଙ୍କୁ ମାଡ ମାରି ନିଲମ୍ବିତ ହୋଇଛନ୍ତି 2 ଜଣ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ...

Two police officers suspended
ବିନା କାରଣରୁ ଲୋକଙ୍କୁ ମାଡ ମାରି ନିଲମ୍ବିତ 2 ପୋଲିସ କର୍ମଚାରୀ
author img

By

Published : Apr 12, 2020, 8:15 PM IST

ଜଗତସିଂହପୁର: ବିନା କାରଣରେ ଲୋକଙ୍କୁ ମାଡ ମାରି ନିଲମ୍ବିତ ହୋଇଛନ୍ତି 2 ଜଣ ପୋଲିସ କର୍ମଚାରୀ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାରେ ।

ବିନା କାରଣରୁ ଲୋକଙ୍କୁ ମାଡ ମାରି ନିଲମ୍ବିତ 2 ପୋଲିସ କର୍ମଚାରୀ

ସୂଚନାନୁସାରେ ଏରସମା ଅଞ୍ଚଳରେ ଏକ ଘରୋଇ ମୋବାଇଲ କମ୍ପାନୀ ଟାୱାରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କାମ ସାରି ଫେରୁଥିଲେ । ଏହି ସମୟରେ ସେ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲେ । ତେବେ ପୋଲିସକୁ ସେ ନିଜ ପରିଚୟ ଦେବା ପରେ ବି ଏରସମା ଥାନା ଏସଆଇ ଦିନେଶ ପଟା ତାଙ୍କୁ ନିର୍ମମ ଭାବେ ମାଡ ମାରିଥିଲେ । ଏନେଇ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ସେହିପରି ବାଲିକୁଦା ଥାନା କନେଷ୍ଟବଳ ଶିବପ୍ରସାଦ ନାୟକ ତାରସାହି ଅଞ୍ଚଳରେ କେତେକ ଲୋକଙ୍କୁ ବିନା କାରଣରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଏସପି ଉଭୟ ଘଟଣାକୁ ନେଇ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ରବିବାର ରିପୋର୍ଟ ଆସିବା ପରେ 2 ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.