ETV Bharat / state

ଜଗତସିଂହପୁରରେ ପୁଣି ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ

author img

By

Published : Oct 18, 2020, 8:04 PM IST

ଜଗତସିଂହପୁର ଜିଲ୍ଲାରେ ଆଉ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 20କୁ ବୃଦ୍ଧି ପାଇଛି। ଅଧିକ ପଢ଼ନ୍ତୁ...

ଜଗତସିଂହପୁରରେ ପୁଣି ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ
ଜଗତସିଂହପୁରରେ ପୁଣି ଦୁଇ କୋରୋନା ସଂକ୍ରମିତଙ୍କ ମୃତ୍ୟୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଉପରମୁହାଁ ହେଉଛି କୋରୋନା ଭାଇରସ। ଜିଲ୍ଲାରେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଜଗତସିଂହପୁର ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରଷ ସଂକ୍ରମିତ ରହିଛନ୍ତି। ରଘୁନାଥପୁର ବ୍ଲକରେ ଜଣେ 46 ବର୍ଷୀୟ ମହିଳା କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ବ୍ଲକ ଅଞ୍ଚଳର ଜଣେ 63 ବର୍ଷୀୟ ବୃଦ୍ଧଙ୍କ କୋରୋନାରୁ ମୃତ୍ୟୁ ହୋଇଛି।

ସେହିଭଳି ଜଗତସିଂହପୁର ଜିଲ୍ଲାରେ ଆଜି(ରବିବାର) 64 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଲିକୁଦା ଅଞ୍ଚଳୁ ସର୍ବାଧିକ 10 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଏରସମା ବ୍ଲକରୁ 11 ଜଣ, ରଘୁନାଥପୁରରୁ 9 ଜଣ, ତିର୍ତ୍ତୋଲ ବ୍ଲକରୁ 8 ଜଣ, ନାଉଗାଁରୁ 6 ଜଣ, ବିରିଡ଼ି ବ୍ଲକରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାସହ ପାରାଦ୍ବୀପରୁ ଜଣେ ଆକ୍ରାନ୍ତ ଓ କଟକରୁ ଆସିଥିବା ଜଣେ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଛନ୍ତି।ଜଗତସିଂହପୁର ଜିଲ୍ଲାରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ 6 ହଜାର 587କୁ ବୃଦ୍ଧି ପାଇଛି। ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 5 ହଜାର 936 ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଏବେବି ଜିଲ୍ଲାରେ 631 ଜଣ ସକ୍ରିୟ କୋରୋନା ପଜିଟିଭ ରହିଛନ୍ତି। ସମସ୍ତ ସକ୍ରିୟ ଆକ୍ରାନ୍ତଙ୍କୁ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କୋରୋନା ଭଳି ମାରାତ୍ମାକ ଭାଇରସଠାରୁ ସତର୍କ ରହିବାକୁ ବାରମ୍ବାର ଲୋଙ୍କୁ ସଚେତନ କରାଯାଉଛି। ମାସ୍କ, ସାନିଟାଜର ଓ ହ୍ୟାଣ୍ଡ ୱାସ ବ୍ୟବହାର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.