ETV Bharat / state

ପାରାଦୀପ ସମୁଦ୍ରରେ ଦୁଇମାସ ମାଛଧରା ଉପରେ ନିଷେଧାଦେଶ - ପାରାଦ୍ୱୀପରେ ଦୁଇମାସ ପର୍ଯ୍ୟନ୍ତ ମାଛଧରା ଉପରେ ନିଷେଧାଦେଶ

ଏପ୍ରିଲ ୧୫ରୁ ଜୁନ୍ ୧୫ପର୍ଯ୍ୟନ୍ତ ଟ୍ରଲର ଓ ଯାନ୍ତ୍ରିକ ଡଙ୍ଗା ଦ୍ବାରା ସମୁଦ୍ରରେ ମାଛ ମାରିବା ପାଇଁ କଟକଣା ଜାରି କରାଯାଇଛି। ପାରାଦୀପରେ ଥିବା ୬୫୦ ଟ୍ରଲର ଓ ୨୫୦ ଯନ୍ତ୍ରଚାଳିତ ଡଙ୍ଗା ମାଛଧରା କାର୍ଯ୍ୟରୁ ନିବୃତ୍ତ ରହିବ । ଅଧିକ ପଢନ୍ତୁ

ପାରାଦ୍ୱୀପରେ ଦୁଇମାସ ପର୍ଯ୍ୟନ୍ତ ମାଛଧରା ଉପରେ ନିଷେଧାଦେଶ

author img

By

Published : Apr 18, 2022, 10:50 PM IST

ଜଗତସିଂହପୁର: ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଛ ବଂଶ ବୃଦ୍ଧି ନିମନ୍ତେ ଏପ୍ରିଲ ୧୫ରୁ ଜୁନ୍ ୧୫ପର୍ଯ୍ୟନ୍ତ ଟ୍ରଲର ଓ ଯାନ୍ତ୍ରିକ ଡଙ୍ଗା ଦ୍ବାରା ସମୁଦ୍ରରେ ମାଛ ମାରିବା ପାଇଁ କଟକଣା ଜାରି କରାଯାଇଛି । ଏହି ଦୁଇମାସ ସମୟରେ ସମୁଦ୍ରରେ ମାଛଧରି ଜୀବୀକା ନିର୍ବାହ କରୁଥିବା ମତ୍ସ୍ୟଜୀବୀ ମାନେ କୌଣସି କାଧଧନ୍ଦା ନପାଇ ବେକାର ରହିଥିବାରୁ ସରକାର ସେମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଟ୍ରଲର ମାଲିକ ସଂଘ ଏହି ପଦକ୍ଷେପକୁ ସ୍ବାଗତ କରୁଥିଲେ ମଧ୍ୟ ଅହେତୁକ ତୈଳଦର ବୃଦ୍ଧି ଯୋଗୁଁ ଏବେ ଚିନ୍ତାରେ ମତ୍ସ୍ୟ ବ୍ୟବସାୟୀ । ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସେମାନେ ଦାବି କରିଛନ୍ତି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରରେ ମାଛ ମାରିବା ଦ୍ବାରା ମାଛ ମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦୀର୍ଘବର୍ଷ ହେଲା ମାଛ ସଂରକ୍ଷଣ ଓ ମାଛବଂଶ ବୃଦ୍ଧି ପାଇଁ ପ୍ରତିବର୍ଷ ଏପ୍ରିଲ ୧୫ ତାରିଖ ଠାରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇମାସ ପାଇଁ ଯନ୍ତ୍ର ଚାଳିତ ଡଙ୍ଗା ଓ ଟ୍ରଲର ଦ୍ବାରା ସମୁଦ୍ରରେ ମାଛ ମାରିବା ପାଇଁ ନିଷେଧାଦେଶ ଜାରି କରିଛନ୍ତି ।

ପାରାଦ୍ୱୀପରେ ଦୁଇମାସ ପର୍ଯ୍ୟନ୍ତ ମାଛଧରା ଉପରେ ନିଷେଧାଦେଶ

ଏହି କଟକଣା ପାରାଦୀପରେ ୨୦୦୫ ମସିହା ଠାରୁ ଲାଗୁ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଓଡିଶା ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ରରେ ପଇଁତରା ମରାଯାଇଥାଏ । ଯଦି ଏହି ସମୟ ମଧ୍ୟରେ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଲକ୍ଷ କରାଯାଏ ତେବେ ସେଗୁଡିକ ଜବତ କରାଯାଇ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।

ତେବେ ପାରାଦୀପରେ ଥିବା ୬୫୦ ଟ୍ରଲର ଓ ୨୫୦ ଯନ୍ତ୍ରଚାଳିତ ଡଙ୍ଗା ମାଛଧରା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏଥିରେ କାର୍ଯ୍ୟରତ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ଓ ସେମାନଙ୍କ ପରିବାର ଏହି ଦୁଇମାସ କାର୍ଯ୍ୟ ବନ୍ଦ ଯୋଗୁଁ ପ୍ରଭାବିତ ହେଉଛନ୍ତି । ତେଣୁ, ମାଛବଂଶ ବୃଦ୍ଧି ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ସେମାନେ ସ୍ବାଗତ କରୁଥିଲେ ମଧ୍ୟ ଏହି ଦୁଇ ମାସ କୌଣସି କାମଧନ୍ଦା ନପାଇ ବେକାର ହୋଇ ବସି ରହୁଥିବାରୁ ସରକାର ସେମାନଙ୍କ ପାଇଁ କିଛି ବ୍ୟବସ୍ଥା କରିବାକୁ ମତ୍ସ୍ୟଜୀଜୀ ମାନେ ଦାବି କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.