ETV Bharat / state

ନିଶା କାରବାର ମାମଲାରେ ଛାତ୍ର ବିଜେଡି ନେତା ଗିରଫ, ବିଜେଡିକୁ ଅପରାଧୀଙ୍କ ଦଳ କହିଲା ବିଜେପି - ଛାତ୍ର ବିଜେଡି ଉପସଭାପତି ଗିରଫ

ନିଶା କାରବାର ମାମଲାରେ ଦୁଇ ଛାତ୍ର ବିଜେଡି ନେତା ଗିରଫ । ୮ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର ଜବତ । ଅଧିକ ପଢନ୍ତୁ

ନିଶା କାରବାର ମାମଲାରେ ଛାତ୍ର ବିଜେଡି ନେତା ଗିରଫ

author img

By

Published : Jul 22, 2023, 12:59 PM IST

ବିଜେଡିକୁ ଅପରାଧୀଙ୍କ ଦଳ କହିଲା ବିଜେପି

ପାରାଦ୍ବୀପ: ନିଶା କାରବାର ମାମଲାରେ ବନ୍ଧା ହେଲେ ବିଜୁ ଛାତ୍ର ଜନତା ଦଳର ଦୁଇ ସଦସ୍ୟ । ଜଗତସିଂହପୁର ଅବକାରୀ ବିଭାଗ ଦୁଇ ଛାତ୍ର ବିଜେଡି ନେତାଙ୍କୁ ଗିରଫ କରିଛି l ସେମାନଙ୍କୁ ନିକଟରୁ ୮୩ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ପାରାଦ୍ବୀପ ଲକପଡା ଅଞ୍ଚଳର ଚନ୍ଦ୍ରକାନ୍ତ ମହାଲି ଓ ରାକେଶ କୁମାର ସ୍ବାଇଁ । ପୋଲିସ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଜବତ ଧଳା ଜହରର ମୂଲ୍ୟ ପ୍ରାୟ ୮ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ବଡ କଥା ହେଲା ଏହି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଜୁ ଛାତ୍ର ଜନତା ଦଳର ଉପସଭାପତି ଓ ଅନ୍ୟଜଣେ ସାଧାରଣ ସମ୍ପାଦକ । ଦୁହେଁ ବିଜେଡିରେ ରହି ବିଭିନ୍ନ ପ୍ରକାର ନିଶା କାରବାରରେ ସମ୍ପୃକ୍ତ ଥିବା ଜିଲ୍ଲା ଅବକାରୀ ବିଭାଗ ଜାଣିବା ପରେ ଗିରଫ କରିଛି । ସେମାନେ ପାରାଦ୍ବୀପ ବିଜେଡି ବିଧାୟକ ସମ୍ବିତ ରାଉତରାୟଙ୍କ ପାଖ ଲୋକ ବୋଲି ଜଣାପଡିଛି । ଉଭୟ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହାମଧ୍ୟ ପଢନ୍ତୁ: ମୁହଁ ଖୋଲିଲେ ଜିଲ୍ଲା ବିଜେଡି ଉପସଭାପତି, କହିଲେ ମୋ ନାଁ ବିଧାୟକ ଦେଇଥିବେ

ଦୁଇ ଛାତ୍ର ବିଜେଡି ନେତାଙ୍କ ଗିରଫଦାରୀ ପରେ ବିଜୁ ଜନତା ଦଳକୁ ଟାର୍ଗେଟ କରିଛି ବିଜେପି । ପାରାଦ୍ବୀପ ବିଜେପି ନେତା ସମ୍ପଦ ସ୍ବାଇଁ କହିଛନ୍ତି ଯେ, ବିଜେଡି ହେଉଛି ଅପରାଧୀଙ୍କ ଦଳ । ବ୍ରାଉନସୁଗାର ସହିତ ଧରାପଡିଥିବା ଯୁବକ ଛାତ୍ର ବିଜେଡି ଉପସଭାପତି । ପାରାଦ୍ବୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଓ ବିଧାୟକ ସମ୍ବିତ ରାଉତରାୟ ଅପରାଧରେ ଜଡିତ ବ୍ୟକ୍ତିମାନଙ୍କୁ ବିଜେଡିର ବିଭିନ୍ନ ପଦ ପଦବୀରେ ରଖୁଛନ୍ତି। ବିଜେଡିରେ ଅପରାଧୀଙ୍କୁ ସାମିଲ କରି ସାଧାରଣ ଲୋକଙ୍କୁ ଡରାଇ ଧମକାଇ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି । କିଛି ଦିନ ପୂର୍ବରୁ ଗ୍ୟାଙ୍ଗଷ୍ଟାର ଟିଟୋ ସହଯୋଗୀ ବାପୁ ପରିଡାଙ୍କୁ ଜଗତସିଂହପୁର ଜିଲ୍ଲା ଉପସଭାପତି ନିଯୁକ୍ତ କରାଯାଇଥିଲା । ପାରଦ୍ବୀପରେ ବିଜେଡିର ଆହୁରି ଅନେକ ଅପରାଧି ରହିଛନ୍ତି । ଏଠାରେ ଅପରାଧୀଙ୍କୁ ବିଜେଡି ଘଣ୍ଟ ଘୋଡାଉ ଥିବାରୁ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଅଞ୍ଚଳରେ ଦାଦାବଟି ଆଦାୟ ଓ ନିଶା କାରବାର ବଢିବାରେ ଲାଗିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.