ETV Bharat / state

ଡଙ୍ଗା ବୁଡିବା ଘଟଣାକୁ ସପ୍ତାହେ, ଏଯାଏଁ ମିଳୁନି ୨ ଧୀବରଙ୍କ ପତ୍ତା - still two fishermen are missing

ପାରାଦ୍ବୀପ ନେହୁର ବଙ୍ଗଳା ନିକଟ ମହାନଦୀ ମୁହାଁଣରେ ଡଙ୍ଗା ବୁଡିବା ଘଟଣା ଆଜକୁ ୭ ଦିନ । ହେଲେ ସମୁଦ୍ରରେ ନିଖୋଜ ହୋଇ ଯାଇଥିବା ୨ ଧୀବରଙ୍କ ଏଯାଏଁ ମିଳୁନି ପତ୍ତା । ଯାହାକୁ ନେଇ ପରିବାର ଲୋକେ ଏବେ ଚିନ୍ତାରେ। ଅଧିକ ପଢନ୍ତୁ...

ନେହୁର ବଙ୍ଗଳା ନିକଟରେ ଡଙ୍ଗା ବୁଡିବା ଘଟଣାକୁ ୭ ଦିନ, ଏଯାଏଁ ୨ ଧୀବରଙ୍କ ମିଳୁନି ପତ୍ତା

author img

By

Published : Sep 26, 2021, 8:59 AM IST

ପାରାଦ୍ବୀପ: ନେହୁର ବଙ୍ଗଳା ନିକଟ ମହାନଦୀ ମୁହାଁଣରେ ଡଙ୍ଗା ବୁଡିବା ଘଟଣା ଆଜକୁ ୭ ଦିନ । ହେଲେ ସମୁଦ୍ରରେ ନିଖୋଜ ହୋଇ ଯାଇଥିବା ୨ ଧୀବରଙ୍କ ଏଯାଏଁ ମିଳୁନି ପତ୍ତା । ଯାହାକୁ ନେଇ ପରିବାର ଲୋକେ ଏବେ ଚିନ୍ତାରେ। ପାରାଦୀପ ଷଣ୍ଡକୁଦ ଅଞ୍ଚଳର ଏହି ଦୁଇ ଧୀବର, ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସେମାନଙ୍କୁ ସମୁଦ୍ରର ବହୁ ସ୍ଥାନରେ ଖୋଜାଖୋଜି କରାଯାଉଥିଲେ ମଧ୍ୟ ଏଯାଏଁ ସେମାନଙ୍କ ସନ୍ଧାନ ମିଳିପାରୁ ନାହିଁ।

ନେହୁର ବଙ୍ଗଳା ନିକଟରେ ଡଙ୍ଗା ବୁଡିବା ଘଟଣାକୁ ୭ ଦିନ, ଏଯାଏଁ ୨ ଧୀବରଙ୍କ ମିଳୁନି ପତ୍ତା

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖ ଦିନ ପାରାଦ୍ବୀପ ଷଣ୍ଢକୁଦ ଅଞ୍ଚଳର ସାତ ଜଣ ମତ୍ସଜୀବୀ ସମୁଦ୍ର ମଧ୍ୟରୁ ମାଛ ମାରି ଫେରୁଥିବା ବେଳେ ପାରାଦ୍ବୀପ ମହାନଦୀ ମୁହାଁଣ ନିକଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡଙ୍ଗାରେ ଥିବା ସାତ ଜଣ ମତ୍ସଜୀବୀଙ୍କ ମଧ୍ୟରୁ 5 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଥିଲେ। କିନ୍ତୁ ସେହି ଘଟଣା ଆଜକୁ ସାତଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିପାରୁନାହିଁ। ଯାହାକୁ ନେଇ ପରିବାର ଲୋକେ ଚିନ୍ତା ପ୍ରକଟ କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.