ପାରାଦ୍ବୀପ: ଆଜିଠୁ ପାରାଦ୍ବୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ସମାରାଭ୍ୟାସ ସି-ଭିଜିଲ (Sea-Vigil 22) । ଜଳପଥରେ ଶତ୍ରୁକୁ ଦେଶକୁ ପ୍ରବେଶ ନ କରିବା ଲାଗି କରାଯାଉଛି ଏହି ଅଭ୍ୟାସ । ଏଥିରେ ସାମିଲ ହୋଇଛନ୍ତି ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ପରି ବହୁ ବିଭାଗ । ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ପରେ ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପାଇଁ ପ୍ରତିବର୍ଷ ହେଉଛି ଏହି ସମରାଭ୍ୟାସ । ଯାହାଦ୍ବାରା ଜଳପଥରେ ଶତ୍ରୁର ଦେଶକୁ ପ୍ରବେଶକୁ ରୋକାଯାଇପାରିବ ।
ସମରାଭ୍ୟାସରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ପାରାଦ୍ଵୀପ ବନ୍ଦର, ବନ ବିଭାଗ, ଅଗ୍ନିଶମ ବିଭାଗ, ସିଆଇଏସଏଫ, ଇଣ୍ଟେଲିଜେନ୍ସ , ଓଡ଼ିଶା ପୋଲିସ ସମେତ ବହୁ ବିଭାଗ ସାମିଲ ହୋଇଛନ୍ତି । ତେବେ ଚଳିତ ସମରାଭ୍ୟାସ ପ୍ରଥମ ଥର ପାଇଁ ୪ଟି ରାଜ୍ୟର ବିଭିନ୍ନ ବିଭାଗ ମଧ୍ୟରେ ଏହା କରାଯାଉଛି । ଓ୍ବେଷ୍ଟବେଙ୍ଗଲ(ପଶ୍ଚିମବଙ୍ଗ), ଆନ୍ଧ୍ର ଓ ଓଡ଼ିଶାର ବିଭିନ୍ନ ବିଭାଗ ଏହି ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଚଳିତ ଥର ଇଣ୍ଡିଆନ୍ ନାଭି ଏହି ମିଳିତ ସମରାଭ୍ୟାସ ସି ଭିଜିଲର ନେତୃତ୍ବ ନେଉଥିବା ବେଳେ ସକାଳ ୬ଟାରୁ ଏହି ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି ।
କିପରି ହେଉଛି ଅଭ୍ୟାସ ?
ଅନ୍ୟ ରାଜ୍ୟର କର୍ମଚାରୀ ରେଡ ଟିମ୍ ଭାବେ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ ଓ ଓଡ଼ିଶାର ବ୍ଲୁ-ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ସେହିପରି ଓଡ଼ିଶାର କିଛି କର୍ମଚାରୀ ଅନ୍ୟ ରାଜ୍ୟକୁ ରେଡ୍ ଟିମ୍ ଭାବେ ଜଳପଥରେ ଯାଇ ଆକ୍ରମଣ କରିବାକୁ ଚେଷ୍ଟା କରିବେ ଏବଂ ସେମାନେ ଏହାକୁ ରୋକିବାକୁ ପ୍ରୟାସ କରିବେ । ଏହା ଦ୍ବାରା ବିଭିନ୍ନ ରାଜ୍ୟ ମଧ୍ୟରେ ସମନ୍ବୟ ରକ୍ଷା କରାଯିବା ସହିତ ବାହ୍ୟ ଶତ୍ରୁଙ୍କ ମୁକାବିଲା କରିବା ପାଇଁ ସହାୟକ ହେବ।
ମୁମ୍ବାଇ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଜଳପଥରେ ପ୍ରବେଶ:-
୨୦୦୮ ନଭେମ୍ବର ୨୬ତାରିଖରେ ଆତଙ୍କବାଦୀ ସଂଗଠନ ଜଳପ୍ରଥରେ ପ୍ରବେଶ କରି ସ୍ବପ୍ନନଗରୀ ମୁମ୍ବାଇରେ ରଚିଥିଲେ ବୀଭତ୍ସକାଣ୍ଡ । ଅକାଳରେ ଚାଲିଯାଇଥିଲା ଅନେକ ନିରୀହ ଜୀବନ । ଏଭଳି ଆତଙ୍କୀ ହମଲାକୁ ରୋକିବା ଲାଗି କିପରି ସୁରକ୍ଷାକର୍ମୀଙ୍କ ସହ ସମନ୍ବୟ ରକ୍ଷା କରାଯିବ, ସେ ନେଇ ସକାଳ ୬ଟାରୁ ଆରମ୍ଭ ହୋଇଛି ଏହି ସମରାଭ୍ୟାସ । ଅନ୍ୟ ରାଜ୍ୟର କର୍ମଚାରୀ ରେଡ ଟିମ୍ ଭାବେ ଓଡ଼ିଶାରେ ପ୍ରବେଶ କରି ବିଭିନ୍ନ ଜନଗହଳି ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ପ୍ରୟାସ କରିବେ । ଓଡ଼ିଶାର ବ୍ଲୁ ଟିମ୍ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଏହି ଅଭ୍ୟାସ ଜଳପଥରେ ଶତ୍ରୁକୁ ରୋକିବାରେ ସହାୟକ ହେବ ।