ETV Bharat / state

ଚିକିତ୍ସା ଅଭାବରୁ ମା’ ଚାଲିଗଲା ପରେ ଚେତିଲା ପ୍ରଶାସନ, ପୁଅର ଚିକିତ୍ସା ପାଇଁ ପଠାଇବ କଟକ

author img

By

Published : Nov 22, 2019, 10:43 PM IST

ତିର୍ତ୍ତୋଲ ବ୍ଲକ ଗରମ ପଞ୍ଚାୟତ ଅନ୍ତର୍ଗତ ବନଦୁର୍ଗା ଗାଁର ସ୍ତନକର୍କଟ ରୋଗରେ ପୀଡିତ ଧୋବିଲତାଙ୍କ ଚାଲିଗଲା ଜୀବନ । ଏବେ ତାଙ୍କ ପୁଅ ମାନସିକ ରୋଗରେ ପୀଡିତ ଅଛନ୍ତି । ଆସନ୍ତା 25 ତାରିଖରେ ମାନସିକ ଅନଗ୍ରସର ସୁକାନ୍ତଙ୍କୁ କଟକ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ।

tritol block

ଜଗତସିଂହପୁର: ତ୍ରିର୍ତ୍ତୋଲ ବ୍ଲକ ଗରମ ପଞ୍ଚାୟତ ଅନ୍ତର୍ଗତ ବନଦୁର୍ଗା ଗାଁର ଧୋବିଲତା ଆଉ ନାହାନ୍ତି। ଧୋବିଲତା ଓ ତାଙ୍କ ମାନସିକ ଅନଗ୍ରସର ପୁଅ ସୁକାନ୍ତ ଜେନାଙ୍କ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲା । କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ କି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସେଠାରେ ପାଦ ପଡିନଥିଲା। ଔଷଧ ବିନା ଯନ୍ତ୍ରଣାରେ ଛଟପଟ ହୋଇ ଗତକାଲି ରାତିରେ ଧୋବିଲତାଙ୍କର ମୃତ୍ୟୁ ହୋଇ ଯାଇଛି।

ମାନସିକ ବିକୃତ ସୁକାନ୍ତଙ୍କ ର ଚିକିତ୍ସା ଭାର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉପରେ

ମା'ଙ୍କ ପରେ ଏବେ ତାଙ୍କ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଧୋବିଲତା ସ୍ତନ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଏକମାତ୍ର ପୁଅ ମାନସିକ ରୋଗରେ ପୀଡିତ। ଆର୍ଥିକ ସ୍ଥିତି ଭଲ ନଥିବାରୁ ଉଭୟ ମା' ଓ ପୁଅ ଔଷଧ ଖାଇ ପାରିନଥିଲେ। ଔଷଧ ବିନା ଧୋବିଲତାଙ୍କର ମୃତ୍ୟୁ ହୋଇଛି ।

ତେବେ ଏସମ୍ବନ୍ଧରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ବସନ୍ତ କୁମାର ବାରିକ ଜାଣିଲାପରେ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା 25 ତାରିଖରେ ମାନସିକ ଅନଗ୍ରସର ସୁକାନ୍ତଙ୍କୁ କଟକ ପଠାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର । ଏଥିସହ କହିଛନ୍ତି ଯେ, କଟକରୁ ଫେରିବା ପରେ ବି ସୁକାନ୍ତଙ୍କ ଦାୟିତ୍ବ ତାଙ୍କ ବିଭାଗ ବହନ କରିବ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ତ୍ରିତଲ ବ୍ଲକ ଗରମ ପଞ୍ଚାୟତ ର ବନଦୁର୍ଗା ଗ୍ରାମର ଧୋବିଲତା ଆଉ ନାହାନ୍ତି।ଧୋବିଲତା ଓ ତାଙ୍କ ମାନସିକ ଅନଗ୍ରସର ପୁଅ ସୁକାନ୍ତ ଙ୍କ ସମ୍ପର୍କରେ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କି ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ସେଠାରେ ପାଦ ପଡିନଥିଲା।ଔଷଧ ବିନା ଯନ୍ତ୍ରଣା ରେ ଛଟପଟ ହୋଇ ଗତକାଲି ରାତିରେ ଧୋବିଲତା ଙ୍କର ମୂର୍ତ୍ୟୁ ହୋଇ ଯାଇଛି। ସୂଚନା ଯୋଗ୍ୟ ଯେ ଧୋବିଲତା ସ୍ତନ କର୍କଟ ରୋଗ ରେ ପୀଡ଼ିତ ହୋଇ ଥିବା ବେଳେ ତାଙ୍କର ଏକମାତ୍ର ପୁଅ ମାନସିକ ବିକୃତ ରୋଗ ରେ ପୀଡ଼ିତ।ଅର୍ଥିକ ସ୍ତିତି ଅବସ୍ଥା ଭଲ ନଥିବାରୁ ଉଭୟ ମା ଓ ପୁଅ ଔଷଧ ଖାଇ ପାରିନଥିଲେ।ଔଷଧ ବିନା ଧୋବିଲତା ର ମୃତ୍ୟୁ ହୋଇଥିବା ବେଳେ ପୁଅ ଏବେ ମୃତ୍ୟୁ ଅପେକ୍ଷା ରେ। ଏ ସମ୍ପର୍କରେ ଆମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମୁଖପାତ୍ର ଡା ବସନ୍ତ କୁମାର ବାରିକ କହିଛନ୍ତି ଆସନ୍ତା 25 ତାରିଖରେ ମାନସିକ ବିକୃତି ସୁକାନ୍ତ କୁ କଟକ ପଠାଯିବ।

Body:byt_Dr basanta Kumar batik.
ADMO,

Conclusion:rpt_ susanta patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.