ETV Bharat / state

ବିଧାୟକ ବିଜୟ ଶଙ୍କରଙ୍କୁ ନେଇ ବଢୁଛି ବିବାଦ, ସପକ୍ଷରେ ବାହାରିଲା ମହିଳା ବିଜେଡି

author img

By

Published : Feb 24, 2023, 9:25 AM IST

Updated : Feb 24, 2023, 9:31 AM IST

ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ ବଢୁଥିବା ବେଳେ ତାଙ୍କ ସପକ୍ଷରେ ବାହାରିଛି ବିଜୁ ମହିଳା ଜନତା ଜଳ । ନିରପେକ୍ଷ ତଦନ୍ତ ଦାବି କରିଛି ଦଳ । ଅଧିକ ପଢନ୍ତୁ

tirtol mla marriage controversy
ବିବାଦୀୟ ମୋଡରେ ବିଧାୟକ ବିଜୟ ଶଙ୍କର ବିବାଦ

ବିବାଦୀୟ ମୋଡରେ ବିଧାୟକ ବିଜୟ ଶଙ୍କର ବିବାଦ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ହୋଇଥିବା ପ୍ରତାରଣା ଅଭିଯୋଗ ବିବାଦୀୟ ମୋଡରେ ରହିଛି । ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ତିର୍ତ୍ତୋଲ ବିଧାୟକ ଓ ତାଙ୍କ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦ ନୂଆ ମୋଡ ନେବାରୁ ଲାଗିଛି । ବିଧାୟକଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି । ଏହାରି ଭିତରେ ବିଜେଡି ଛାତ୍ର ସଂଗଠନ ପରେ ବିଧାୟକଙ୍କ ସପକ୍ଷରେ ବିଜୁ ମହିଳା ଜନତା ଦଳ ବାହିରିଛନ୍ତି । ବିଧାୟକଙ୍କୁ ସମର୍ଥନ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ରଘୁନାଥପୁର ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଧାୟକଙ୍କୁ ସମର୍ଥନ କରାଯାଇଛି । ସମ୍ମିଳନୀରେ କୁହାଯାଇଛି ଯେ, '' ବିଧାୟକ ବିଜୟ ଶଙ୍କରଙ୍କୁ ନେଇ ଯେଉଁ ସବୁ ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡଆରେ ସାମ୍ନାକୁ ଆସୁଛି ଏଥିରେ ବିଜୁ ମହିଳା ଜନତା ଦଳ ଚକିତ । ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ସୋମାଲିକା ଦାଶ ପୂର୍ବରୁ ଯେଉଁ ଫଟୋ ଭାଇରାଲ କରିଥିଲେ ସେଥିରେ ଉଭୟଙ୍କ ସହମତିରେ ଫଟୋ ଗୁଡିକ ଉଠାଯାଇଥିଲା । ତାର କିଛିଦିନ ପରେ ବିଧାୟକଙ୍କ ନାମରେ ଦୁଷ୍କର୍ମ ସେକ୍ସ ରାକେଟ ଚଳାଉଥିବା ଭଳି ଅଭିଯୋଗ ବିଧାୟକଙ୍କ ଉପରେ ଲଦି ଦିଆଯାଇଛି । ଏହାର ନିରପେକ୍ଷ ତଦନ୍ତ କରାଯାଉ ।''

ସେହିପରି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଦଳ, ''ପୀଡିତା ସୋମାଲିକା ଦାଶ ଅଭିଯୋଗ କରିବା ପରେ କଣ ପାଇଁ ବୟାନ ରେକର୍ଡ କରାଗଲା ନାହିଁ ଓ ଏଥିରେ ପୋଲିସର ଭୂମିକାକୁ ଉପରେ ପ୍ରଶ୍ନ ଉଠୁଛି । ମହିଳାଙ୍କ ସମ୍ମାନ ଦୃଷ୍ଟିରୁ ଅଭିଯୋଗକାରିଣୀଙ୍କ ଅଭିଯୋଗରେ ଯଦି ସତ୍ୟତା ରହିଛି, ତେବେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ତାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି କରାଯାଇଛି।''

ଏହା ବି ପଢନ୍ତୁ... Tirtol MLA Marriage Controversy: ଅଜଣା କଲରୁ ସୋମାଲିକାଙ୍କୁ ବୁଝାମଣା ପାଇଁ ପଡୁଛି ଚାପ

ଏହି ଘଟଣାକୁ ନେଇ ସୋମାଲିକାଙ୍କ ପରାମର୍ଶଦାତା ସ୍ନିଗ୍ଧାରାଣୀ ବିଶ୍ବଳଙ୍କୁ ଟାର୍ଗେଟ କରିଛି ବିଜୁ ମହିଳା ଜନତା ଦଳ । ସୋମାଲିକାଙ୍କୁ ନେଇ ତାଙ୍କ ସହଯୋଗୀ ଯେଉଁ ପ୍ରକାର ଭାବରେ ବିଧାୟକ ଓ ବିଜୁ ଜନତା ଦଳକୁ ସମାଲୋଚନା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଦଳକୁ ବଦନାମ କରିବା ପାଇଁ ସେ ଯେଉଁ ମସୁଧା ଚଳାଇ ଆସୁଛନ୍ତି ତାହାର ତଦନ୍ତ ଦାବି କରିଛି ବିଜୁ ଜନତା ମହିଳା ।

ପୂର୍ବରୁ ଏହି ଘଟଣାରେ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକଙ୍କ ନାମରେ ହୋଇଥିବା ଅଭିଯୋଗ ଘଟଣାରେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ସ୍ବର ସାଣିତ କରିବା ସହ ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀରେ ତିର୍ତ୍ତୋଲ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏପରିକି ତିର୍ତ୍ତୋଲ ମହିଳା କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶ ପିତୁଳିକା ଦାହ କରାଯାଇଥିଲା ।

ସେହିପରି ଅନୁରୂପ ଭାବରେ ଜିଲ୍ଲା ବିଜେପି ପକ୍ଷରୁ ଜଗତସିଂହପୁର ପୋଲିସ ମୁଖ୍ୟାଳୟକୁ ଘେରାଉ କରାଯିବା ସହିତ ବିଧାୟକଙ୍କ ଗିରଫ ଦାବି କରାଯାଇଥିଲା । ବିରୋଧୀଙ୍କ ଏହି ଆକ୍ରମଣକୁ ପ୍ରତିହତ କରିବା ପାଇଁ ଶାସକ ବିଜେଡି ଛାତ୍ର ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିରୋଧୀ ଦଳ ସମାଲୋଚନା ନ କରିବାକୁ କୁହାଯାଇଥିଲା । ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ଆଗେଇ ଆସିଛି ।

ସାମ୍ବାଦିକ ସମ୍ମିଳନୀ ବିରିଡି ବ୍ଲକ ଅଧ୍ୟକ୍ଷ ମମତା ପାତ୍ର, ଉପାଧ୍ୟକ୍ଷ ପିନାକୀ ପ୍ରିୟଦର୍ଶିନୀ, ଜିଲ୍ଲା ପରିଷଦ ସଦସ୍ୟା ବୈଜୟନ୍ତି ମହାନ୍ତି, ବିଜେଡି ନେତ୍ରୀ ଦୀପ୍ତି ମୟୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରଘୁନାଥପୁର ବ୍ଲକ ସମ୍ମୁଖରେ ଥିବା ବିଜୁ ପଟ୍ଟନାୟକ ଓ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ରାଧା ମୋହନ ମଠରେ ପହଞ୍ଚିଥିଲେ । ସେଠାରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କୁ ସୁରକ୍ଷା ଦେବାକୁ ଆଗକୁ ଆସିଥିଲା ବିଜୁ ମହିଳା ଜନତା ଦଳ।

ପ୍ରକାଶ ଥାଉକି, ବିଧାୟକ ବିଜୟ ଶଙ୍କରଙ୍କ ନାମରେ କିଛି ଦିନ ତେଳେ ଆଉ ଏକ ଅଭିଯୋଗ ହୋଇଥିଲା । ସେ ମାମଲା ରଫା ଦଫା କରିବାକୁ ତାଙ୍କର ସମ୍ପର୍କୀୟ ତଥା ନିକଟ ଲୋକଙ୍କ ଦ୍ବାରା ସୋମାଲିକା ଦାଶଙ୍କୁ ଧମକ ଦେଉଥିବା ନେଇ ଫୋନ କରିଥିବା ଅଭିଯୋଗ ନେଇ ଥାନାରେ ଏତଲା ହୋଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Feb 24, 2023, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.