ETV Bharat / state

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର, କୁଶ ପୁତ୍ତଳିକା ଦାହକଲା ABVP - ଅଳକା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ପୁଣି ବିବାଦରେ ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ । ଶିକ୍ଷାଦାନ ସମୟରେ ମହାବିଦ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଅଭିଯୋଗ ଆଣିଛି ଏବିଭିପି । ଅଧିକ ପଢନ୍ତୁ

ଅଳକା ମହାବିଦ୍ୟାଳୟରେ ରକ୍ତଦାନକୁ ନେଇ ବିବାଦରେ ବିଧାୟକ

author img

By

Published : Oct 16, 2022, 10:42 PM IST

ଜଗତସିଂହପୁର: ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ପିଛା ଛାଡ଼ୁନି ବିବାଦ । ଯୁବତୀଙ୍କ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିବା ବେଳେ ପୁଣି ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଇ ବିବାଦ ଘେରକୁ ଆସିଛନ୍ତି ଏହି ଯୁବ ବିଧାୟକ ବିଜୟ ଶଙ୍କର । ଲିଙ୍ଗଡୋ କମିଶନଙ୍କ ନିୟମକୁ ସେ ଅବମାନନା କରିଥିବା ଅଭିଯୋଗ ଆଣିଛି ଏବିଭିପି ।

ପୁଣି ବିବାଦରେ ତିର୍ତ୍ତୋଲ ବିଧାୟକ, କୁଶ ପୁତ୍ତଳିକା ଦାହକଲା ABVP

ବିଧାୟକ ଜଣକ କେତେବେଳେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ତ କେତେବେଳେ ମାର୍କ ଜାଲିଆତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ ରହି ଆସୁଛନ୍ତି ଏହି ଯୁବ ବିଧାୟକ ବିଜୟ ଶଙ୍କର । ତେବେ ଆଜି ପୁଣି ଜୀବନବିନ୍ଦୁ କାର୍ଯ୍ୟକ୍ରମ କରାଇ ବିବାଦ ଘେରକୁ ଆସିଛନ୍ତି ଏହି ଯୁବ ବିଧାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିରମାନ ଆୟୋଜିତ ହୋଇଥିଲା ।

ଏହା ବି ପଢନ୍ତୁ: ଜଗତସିଂହପୁର ନବାପାଟଣାରେ ନିଆରା ଲକ୍ଷ୍ମୀପୂଜା, ସାମିଲ ହୁଅନ୍ତି ମୁସଲମାନ ଶ୍ରଦ୍ଧାଳୁ

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡି ବ୍ଳକ ଅନ୍ତର୍ଗତ ଅଳକା ମହାବିଦ୍ୟାଳୟ ପରିସରରେ ଗତକାଲି ଅର୍ଥାତ ଅକ୍ଟୋବର ୧୫ତାରିଖରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ତଥା ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ । କିନ୍ତୁ ପରିତାପର ବିଷୟ ଗତକାଲି ମହାବିଦ୍ୟାଳୟରେ ଶିକ୍ଷାଦାନ ଚାଲୁଥିବା ସମୟରେ ଏଠାରେ କିଭଳି ଦଳୀୟ କାର୍ଯ୍ୟକ୍ରମ କରାଗଲା ତାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଏବିଭିପି ।

ଏହା ବି ପଢନ୍ତୁ- ପାରାଦ୍ୱୀପ ଉପକୂଳରେ ତଟରଖି ବାହିନୀର ପ୍ରଦୂଷଣ ନିୟନ୍ତ୍ରଣ ମକଡ୍ରିଲ

ଏପରିକି ଲିଙ୍ଗଡୋ କମିଶନଙ୍କ ନିୟମକୁ ମଧ୍ୟ ଶାସକ ଦଳର ଏହି ବିଧାୟକ ଜଣକ ନିଜ କ୍ଷମତାର ଅପବ୍ୟବହାର କରି ଅଣଦେଖା କରିଥିବାର ଅଭିଯୋଗ କରିଛି ଏବିଭିପି । ଏହାର ପ୍ରତିବାଦରେ ଆଜି ଜଗତସିଂହପୁର ସଦର ମହକୁମାର ଥାନା ଛକ ଠାରେ ଏବିଭିପି ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇ ଯୁବ ବିଧାୟକ ବିଜୟ ଶଙ୍କରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.