ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର - ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ବିଜେଡି କଂଗ୍ରେସ ପ୍ରଚାରରେ ଆଗୁଆ ଥିବାବେଳେ ବିଜେପି ପ୍ରାର୍ଥୀ ରାଜ କିଶୋର ନିଜେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର

author img

By

Published : Oct 21, 2020, 6:26 PM IST

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ବିଜେଡି କଂଗ୍ରେସ ପ୍ରଚାରରେ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ରାଜ କିଶୋର ନିଜେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଶାସକ ବିଜେଡି ପକ୍ଷରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରଚାର ମଙ୍ଗ ଧରିଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଜମିଲାଣି ପ୍ରଚାର

ବିଜୟ ଶଙ୍କରଙ୍କୁ ଧରି କର୍ମୀ ସମ୍ମିଳନୀ କରିବା ସହ ମନ୍ତ୍ରୀ ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ ଓ ତିର୍ତ୍ତୋଲ ନିର୍ବାଚନ ଦାୟିତ୍ୱରେ ଥିବା ଦେବାଶିଷ ସାମନ୍ତରାୟ ପ୍ରଚାର ଚଳାଇଛନ୍ତି । କିନ୍ତୁ ବିଜୟ ଶଙ୍କରଙ୍କ ପ୍ରସ୍ତାବକ ଥିବା ସାଂସଦ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରଚାରରେ ଦେଖିବାକୁ ମିଳୁନାହିଁ ।

ଅପର ପକ୍ଷରେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବୁଧବାର ରଘୁନାଥପୁର ରାହଡିଙ୍ଗା ଅଞ୍ଚଳରେ ପ୍ରଚାର କରିଛନ୍ତି । ଆସନ୍ତା 23 ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ମହଲରୁ ଜଣାପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.