ଜଗତସିଂହପୁର: ଚଳିତ ବର୍ଷ ୧୦୪ ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୧୧,୭୩,୫୨୯.୪୧ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଏନେଇ ଗତକାଲି ଉଦଘାଟିତ ହୋଇଯାଇଛି ଧାନମଣ୍ଡି । ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇ 2021-22 ଖରିଫ ବର୍ଷ ନିମନ୍ତେ ଧାନମଣ୍ଡି ଉଦଘାଟନ କରିଥିଲେ।
ତେବେ ଗତକାଲି ଠାରୁ ଠାରୁ ବ୍ଲକରେ ମଣ୍ଡି ଖୋଲା ଯାଇଥିବା ବେଳେ ଜାନୁଆରୀ 20 ତାରିଖରେ ଜଗତସିଂହପୁର, ନାଉଗାଁ,ବିରିଡି, ବାଲିକୁଦା, ଏରସମା, ଓ କୁଜଙ୍ଗ ଅଞ୍ଚଳରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ । ସାଧାରଣତଃ ଏଫଏକ୍ୟୁ ଧାନ କ୍ବିଣ୍ଟାଲ ପିଛା 1940 ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ ଏ ଧାନ କ୍ବିଣ୍ଟାଲ ପ୍ରତି 1960 ଟଙ୍କା ଧାର୍ଯ୍ୟ କରାଯାଇଛି । ଟୋକନ ପାଇଥିବା ଚାଷୀ କେବଳ ମଣ୍ଡିରେ ନିଜର ଧାନ ବିକ୍ରି କରି ପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ