ଜଗତସିଂହପୁର: ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାର ପ୍ରକୋପରୁ ବର୍ତ୍ତି ପାରିନାହିଁ ଜଗତସିଂହପୁର । ଉପକୂଳ ଜିଲ୍ଲାରେ ଗତବର୍ଷ ଠାରୁ ଚଳିତବର୍ଷ ସାଧାରଣ ତାପମାତ୍ରା 4ରୁ5 ଡିଗ୍ରୀ ଅଧିକ ରହିଛି।
ତେବେ ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ଲୋକ ରାସ୍ତା କଡ ପଇଡ ଦୋକାନରେ ଲଗାଉଛନ୍ତି ଗହଳି । ପଇଡର ଦାମ ମଧ୍ୟ ସମସ୍ତ ବର୍ଗର ଲୋକଙ୍କୁ ସୁହାଇଲା ଭଳି ରହିଛି। ସେ ଧନୀ ହେଉ କିମ୍ବା ମଧ୍ୟବିତ୍ତ ଅବା ଗରିବ ସମସ୍ତଙ୍କ ପାଇଁ ପଇଡ ଏବେ ପ୍ରମୁଖ ପାନୀୟ ପାଲଟିଛି। ଯାହାକୁ ନେଇ ଗ୍ରାହକଙ୍କ ସହ ବେଶ୍ ଖୁସି ଅଛନ୍ତି ଦୋକାନୀ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ