ETV Bharat / state

କୋଭିଡ ଟୀକା ନେବାପରେ ଆଖିରେ ପଡୁନି ପଲକ, ମୁହଁ ହୋଇଗଲା ବଙ୍କା - କୋରୋନା ଭାଇରସ ଖବର

କୋରୋନା ଟୀକା ନେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା । ଟୀକା ନେବାପରେ ମୁଁହ ବଙ୍କା ଓ ଆଖି ପଲକ ପଡୁନଥିବା ଅଭିଯୋଗ କରିଛନ୍ତି ମହିଳା । ଅଧିକ ପଢନ୍ତୁ...

Covid vaccine in paradip
କୋଭିଡ ଟୀକା ନେବାପରେ ମୁଁହ ବଙ୍କା ଓ ଆଖି ପଡୁନଥିବା ଅଭିଯୋଗ କଲେ ମହିଳା
author img

By

Published : Jun 28, 2021, 10:10 PM IST

ଜଗତସିଂହପୁର: କୋରୋନା ଟୀକା ନେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା । ଟୀକା ନେବାପରେ ମୁଁହ ବଙ୍କା ଓ ଆଖି ପଲକ ପଡୁନଥିବା ଅଭିଯୋଗ କରିଛନ୍ତି ମହିଳା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକରେ ।

କୋଭିଡ ଟୀକା ନେବାପରେ ମୁଁହ ବଙ୍କା ଓ ଆଖି ପଡୁନଥିବା ଅଭିଯୋଗ କଲେ ମହିଳା

କୋରୋନା ଟୀକା ନେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା । ତାଙ୍କର ବାମ ପଟ ଗାଲ ଫୁଲିବା ସହିତ ଡାହାଣ ପଟ ଆଖି ବନ୍ଦ ହେଉନାହିଁ। ଏଭଳି ଲକ୍ଷଣ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ ସାଇଲୋ ଗ୍ରାମର ଗାୟତ୍ରୀ ମହାପାତ୍ର (୩୨) ଙ୍କ ଶରୀରରେ। ଗତ ୨୩ ତାରିଖ ଅପରାହ୍ନରେ ନିକଟସ୍ଥ ପଙ୍କପାଳ ସ୍ବାସ୍ଥ୍ୟ କେନ୍ଦ୍ରରେ ସେ ପ୍ରଥମ ଡୋଜର ଟୀକା ନେଇଥିଲେ। ତେବେ ୨୪ ତାରିଖ ସକାଳୁ ତାଙ୍କ ଦେହ ହାତ ଘୋଳାବିନ୍ଧା ହେବା ସହିତ ଡାହାଣ ପଟ କାନ୍ଧରେ ଭୀଷଣ ଯନ୍ତ୍ରଣା ହୋଇଥିଲା ଏବଂ ବାମପଟ ମୁହଁର ଗାଲ ଫୁଲି ଯାଇଥିଲା। ଟୀକା ନେଲେ ଦେହ ଘୋଳାବିନ୍ଧା ସହିତ ଜ୍ବର ହୁଏ ଭାବି ଏହାକୁ ସେ ହାଲକା ଭାବରେ ନେଇଥିଲେ । ମାତ୍ର ୨୫ ତାରିଖ ଦିନ ସକାଳେ ତାଙ୍କର ଡାହାଣ ପଟ ଆଖି ବନ୍ଦ ହୋଇନଥିଲା। ତେଣୁ ସେ ପ୍ରଥମେ ରାହାମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ।

ତେବେ ସେଠାରେ କଟକ ଯାଇ ନ୍ୟୁରୋଲୋଜି ଓ ଗଳା, ନାକ ଓ କର୍ଣ୍ଣ ବିଭାଗରେ ଦେଖାଇବାକୁ ପରାମର୍ଶ ଦିଆଯାଇଛି। ତେବେ ଏହି ଘଟଣା ଟୀକା ଯୋଗୁଁ ନୁହେଁ ବୋଲି କହି ଡାକ୍ତର ଅନ୍ୟ ଡାକ୍ତରଙ୍କ ପାଖରେ ପରାମର୍ଶ ପାଇଁ ପଠାଉଛନ୍ତି। ଟୀକା ନେବା ପୂର୍ବରୁ ଗାୟତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । କୋଭିସିଲ୍ଡ ଟୀକା ନେବା ପରେ ବିଭିନ୍ନ ରାଜ୍ୟରେ ଅଳ୍ପ କେତେଜଣଙ୍କ ଠାରେ ଏହି ଭଳି ଲକ୍ଷଣ ଦେଖାଯାଇଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଗାୟତ୍ରୀଙ୍କ ଚିକିତ୍ସା କରାଇବାକୁ ତାଙ୍କ ସ୍ବାମୀ ଓ ଶ୍ବଶୁର ଦାବି କରିଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.