ETV Bharat / state

ମାଡି ଆସୁଛି ସମୁଦ୍ର, ଭୟରେ ଅଞ୍ଚଳବାସୀ

author img

By

Published : Sep 7, 2021, 8:32 PM IST

ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହେବାରେ ଲାଗିଛି ଶିଆଳି ବେଳାଭୂମି । ଏନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସମୁଦ୍ର ଗର୍ଭରେ ଲୀନ ହେବ ଶିଆଳି ବେଳାଭୂମି । ଅଧିକ ପଢନ୍ତୁ...

ମାଡି ଆସୁଛି ସମୁଦ୍ର, ଭୟରେ ଅଞ୍ଚଳବାସୀ
ମାଡି ଆସୁଛି ସମୁଦ୍ର, ଭୟରେ ଅଞ୍ଚଳବାସୀ

ଜଗତସିଂହପୁର: ଜିଲ୍ଲାରେ ଭୟଙ୍କର ଭାବେ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର । ତେବେ ବିଭିନ୍ନ ଭୟ ଓ ଆଶଙ୍କାରେ ଦୁଇଟି ପଞ୍ଚାୟତର 20 ହଜାର ଲୋକ ସମୁଦ୍ରର କରାଳ ରୂପ ଦେଖି ବାପ ଅଜାଙ୍କ ଭିଟାମାଟି ଛାଡିବାକୁ ପ୍ରସ୍ତୁତ ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ । ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଶିଆଳି ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି ।

ମାଡି ଆସୁଛି ସମୁଦ୍ର, ଭୟରେ ଅଞ୍ଚଳବାସୀ

ସୂଚନାନୁସାରେ 30 କିଲୋମିଟର ବ୍ୟାପ୍ତ ଏହି ବେଳାଭୂମି ଏବେ ଇତିହାସ ପାଲଟି ଯିବାକୁ ବସିଲାଣି । ବେଳାଭୂମିକୁ ଅତିକ୍ରମ କରି ସମୁଦ୍ର ଏବେ ଜନ ବସତି ମୁହାଁ ହେବାରେ ଲାଗିଛି । ଏନେଇ ସୋମବାର ଠାରୁ ସମୁଦ୍ର ତାର କରାଳ ରୂପ ଧରି ଜନ ବସତି ଆଡକୁ ମାଡି ଆସୁଥିବା ଦେଖିବାକୁ ମିଳୁଛି । ଲଗାଣ ବର୍ଷା ଓ ଲଘୁଚାପ ଯୋଗୁଁ ସମୁଦ୍ରର ଲହରି 100 ମିଟର ପର୍ଯ୍ୟନ୍ତ ମାଡି ଆସିଛି । ଫଳରେ ରାମତରା, ପଦ୍ମପୁର, କଳାବେଦୀ, ଓ ଗଡ଼ ହରିସପୁର ଅଞ୍ଚଳରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି ।

ତେବେ ଶିଆଳି ବେଳାଭୂମି ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାବେଳେ ନିକଟରେ ଥିବା ଭିୟୁ ଟାୱାର ନିକଟରେ ମଧ୍ୟ ସମୁଦ୍ର ପହଞ୍ଚିବାକୁ ବସିଲାଣି । ପୂର୍ବରୁ ଭିୟୁ ଟାୱାର ଠାରୁ ଦୁଇଶହ ମିଟର ଦୂରରେ ସମୁଦ୍ର ରହିଥିବାବେଳେ ସମୁଦ୍ରର କରାଳ ଆଁରେ ଝାଉଁ ଜଙ୍ଗଲ ଗୁଡିକ ସମୁଦ୍ର ଗର୍ଭକୁ ଚାଲିଯାଉଥିବା ବେଳେ କାଜୁ ଜଙ୍ଗଲ ବ୍ୟାପକ ଭାବରେ ନଷ୍ଟ ହେବାକୁ ବସିଛି ।

ଆଉ ଏହି ଖବର ପାଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ତେବେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସରୁ ନଭେମ୍ବର ପର୍ଯନ୍ତ ସମୁଦ୍ର ଏହି ସ୍ଥାନରେ ଅଶାନ୍ତ ରହିବା ସହ ସ୍ଥଳ ଭାଗ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଏନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯଦି ଆଗାମୀ ଦିନରେ ତ୍ବରିତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସାତଭାୟା ଭଳି ଦୁଇଟି ପଞ୍ଚାୟତ ସହ ଶିଆଳି ବେଳାଭୂମି ସଂପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହେବ ଏଥିରେ ସନ୍ଦେହ ନାହିଁ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.