ETV Bharat / state

ପୋଷ୍ଟ ଅଫିସରେ ଚୋରି ଉଦ୍ୟମ ପଣ୍ଡ !

ପୋଷ୍ଟ ଅଫିସରେ ଚୋରି ଉଦ୍ୟମ ପଣ୍ଡ । ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ପୋଷ୍ଟ ଅଫିସ ଭିତରେ ଥିବା ଲକର ନଭାଙ୍ଗିବାରୁ ଲକର ବକ୍ସ ଫିଙ୍ଗି ଚାଲି ଯାଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ପୋଷ୍ଟ ଅଫିସରେ କଳାକନା ବୁଲାଇଲେ ଦୁର୍ବୁତ୍ତ
ପୋଷ୍ଟ ଅଫିସରେ କଳାକନା ବୁଲାଇଲେ ଦୁର୍ବୁତ୍ତ
author img

By

Published : Dec 4, 2022, 8:05 PM IST

ଜଗତସିଂହପୁର : ପୋଷ୍ଟ ଅଫିସରେ ଚୋରି ଉଦ୍ୟମ ପଣ୍ଡ । ଚୋରି କରିବାକୁ ଆସିଥିବା ଦୁର୍ବୃତ୍ତ ପୋଷ୍ଟ ଅଫିସ ଭିତରେ ଥିବା ଲକର ନଭାଙ୍ଗିବାରୁ ଲକର ବକ୍ସ ଫିଙ୍ଗି ଚାଲି ଯାଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଣଖିଆ ନିକଟରେ ଥିବା ପୋଷ୍ଟ ଅଫିସରେ ।

ଆଜି ଭୋର ସମୟରେ ବିରିଡି ବ୍ଲକ ଅଣଖିଆ ନିକଟରେ ଥିବା ପୋଷ୍ଟ ଅଫିସରୁ ଟଙ୍କା ଲୁଟିବାକୁ କିଛି ଦୁର୍ବୃତ୍ତ ଆସିଥିଲେ । ଏନେଇ ସେମାନେ ପୋଷ୍ଟ ଅଫିସର ତାଲା ଭାଙ୍ଗି ଭିତରକୁ ପଶିଥିଲେ । ପରେ ଅଫିସ ଭିତରେ ଥିବା ଲକରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ହେଲେ ଲକର ନଭାଙ୍ଗିବାରୁ ଦୁର୍ବୁତ୍ତମାନେ ବାହାରେ ଫୋପାଡ଼ି ଚାଲି ଯାଇଥିଲେ ।

ପୋଷ୍ଟ ଅଫିସ ବାହାରେ ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କିଛି ଲୋକଙ୍କୁ ପଚରାଉଚୁରା ବି କରିଥିଲା । ତେବେ ଏବେ ଯାଏଁ ଦୁର୍ବୃତ୍ତଙ୍କ କୌଣସି ଟେର୍ ପାଇନି ପୋଲିସ । ସୂଚନାନୁସାରେ ଗତକାଲି (ଶନିବାର) ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ସନ୍ଧ୍ୟାରେ ଅଫିସ ବନ୍ଦ କରି ଯାଇଥିଲେ। ଆଜି ରବିବାର ଥିବାରୁ ପୋଷ୍ଟ ମାଷ୍ଟର ଆସି ନଥିଲେ। ତେବେ ସକାଳୁ ଏଭଳି ଘଟଣା ଘଟିଥିବା ନେଇ ସ୍ଥାନୀୟ ଲୋକେ ପୋଷ୍ଟମାଷ୍ଟର ଓ ପୋଲିସକୁ ଖବର ଦେଇଥିଲେ । ଏନେଇ ପୋଷ୍ଟ ମାଷ୍ଟର ବିରିଡି ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ମାମଲା ରୁଜୁ କରିଛି । ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଚୋରି ହୋଇଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.