ETV Bharat / state

ଅଗଷ୍ଟ 15 ଯାଏଁ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଜଗତସିଂହପୁର ଜିଲ୍ଲାରେ ଗୁରୁବାରଠାରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣଙ୍କ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

The public is not allowed to go to government offices
ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବା ମନା
author img

By

Published : Aug 6, 2020, 10:33 PM IST

ଜଗତସିଂହପୁର: ଜିଲ୍ଲାରେ ଗୁରୁବାରଠାରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣଙ୍କ ସରକାରୀ କାର୍ଯ୍ୟାଳୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଏନେଇ ଗୁରୁବାର ଜିଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କୋରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଭଳି କଟକଣା ଜାରି କରାଯାଇଛି ।

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ଯିବା ମନା

ଏହି ସମୟରେ ଜନ ସାଧାରଣ ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରଶାସନ ର ଇ-ଅଭିଯୋଗ ପୋର୍ଟାଲ https:// janasahajogajsp.org କିମ୍ବା କାର୍ଯ୍ୟାଳୟ ସମ୍ମୁଖରେ ଥିବା ଅଭିଯୋଗ ବାକ୍ସରେ ଚିଠି ପକାଇବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଏହା ଜିଲ୍ଲାରେ କେତେ କାର୍ଯ୍ୟକାରୀ ହେଉଛି ଓ ଏହା ମାଧ୍ୟମରେ ପ୍ରଶାସନ କେତେ ସମସ୍ୟାର ସମାଧାନ କରୁଛି ତାହା ଆଗାମୀ ଦିନରେ ଜଣା ପଡିବ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.