ଜଗତସିଂହପୁର: କୋରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଥିବା ଜନତା କର୍ଫ୍ୟୁକୁ ଦେଶବାସୀ ସମର୍ଥନ ଜଣାଇଛନ୍ତି । ଏହି କ୍ରମରେ ବିଭିନ୍ନ ରାଜ୍ୟର ଜନତା ମଧ୍ୟ ଶତ ପ୍ରତିଶତ ଏହି କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି । ଯାହାର ପ୍ରଭାବ ଦିନ ତମାମ ପାରାଦୀପ ଭଳି ଶିଳ୍ପାନୁଷ୍ଠାନ ସହରର ବଜାର ଘାଟରେ ଦେଖିବାକୁ ମିଳିଥିଲା ।
ସହରର ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ ଥିବା ବଜାର ଘାଟ ବନ୍ଦ ରହିଥିଲା । ଏହା ସହିତ ସନ୍ଧ୍ୟା ୫ଟାରେ ୫ମିନିଟ ପର୍ଯ୍ୟନ୍ତ ଲୋକମାନେ କୋରୋନା ସେନାନିଙ୍କ ସମ୍ମାନରେ ଶଙ୍ଖ, ହୁଳହୁଳି, କରତାଳି, ଘଣ୍ଟ ଓ ଥାଳି ବଜାଇ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପାଳନ କରିଛନ୍ତି । ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନ, ହୋଟେଲ ଓ ଆଖପାଖ ଅଞ୍ଚଳବାସୀ ମଧ୍ୟ କରତାଳି, ଘଣ୍ଟ, ଥାଳ ଓ ଶଙ୍ଖ ବଜାଇ ସ୍ବାଗତ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ