ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଥିଲା । ବିଷେଶ କରି ନାଉଁଗା, ଏରସମା ଓ ବାଲିକୁଦାର ସମୁଦ୍ର କୁଳିଆ ଅଞ୍ଚଳରେ ବ୍ୟାପକ ଭାବରେ ଫସଲ ନଷ୍ଟ ହୋଇଛି ।
ଏହାକୁ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆଜି ଏହି ୩ଟି ବ୍ଲକ ଗ୍ରସ୍ତ କରି କ୍ଷୟକ୍ଷତି ସମ୍ପର୍କରେ ବିଡିଓ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ । ଏହାପରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ ।
ଏନେଇ ତୁରନ୍ତ ସରକାରୀ ସହାୟତା ଦେବାକୁ ଜିଲ୍ଲାପାଳଙ୍କ ନିକଟରେ ପ୍ରଭାବିତ ଚାଷୀ ଦାବି କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିିଭି ଭାରତ