ETV Bharat / state

ଅଭୟଚାନ୍ଦପୁର ହାଜତ ମୃତ୍ୟୁ ମାମଲା: ବୟାନ ବଦଳାଇଲେ ମୃତକଙ୍କ ବାପା

ପାରାଦ୍ୱୀପ ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଘଟଣାର ବଦଳିଲା ଅଭିଯୋଗକାରୀଙ୍କ ବୟାନ । ମାନସିକ ଭାରସାମ୍ୟ ହରାଇ ଏହାକୁ ହାଜତ ମୃତ୍ୟୁର ଅଭିଯୋଗ ଆଣିଥିବା କହିଲେ । ଅଧିକ ପଢନ୍ତୁ

ଅଭୟଚାନ୍ଦପୁର ହଜାତ ମୃତ୍ୟୁ ମାମଲା: ବୟାନ ବଦଳାଇଲେ ମୃତକଙ୍କ ବାପା

author img

By

Published : May 4, 2022, 8:01 AM IST

ଜଗତସିଂହପୁର: ପାରାଦ୍ୱୀପ ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଘଟଣାର ବଦଳିଲା ଅଭିଯୋଗକାରୀଙ୍କ ବୟାନ । ପୂର୍ବରୁ ହାଜତ ମୃତ୍ୟୁ ନେଇ ଅଭିଯୋଗ କରିଥିବା ମୃତ ଯୁବକଙ୍କ ବାପା ବୟାନକୁ ବଦଳାଇଛନ୍ତି । ସେଦିନ ସେ ମାନସିକ ଚାପରେ ରହି ଏପରି ବୟାନ ଦେଇଥିବା ଆଜି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

ଅଭୟଚାନ୍ଦପୁର ହାଜତ ମୃତ୍ୟୁ ମାମଲା

ସୂଚନା ଅନୁଯାୟୀ ମଙ୍ଗଳବାର ମୃତକଙ୍କ ବାପା ଓ କଂଗ୍ରେସ ନେତା ବାପି ସର୍ଖେଲ ଜଗତସିଂହପୁର ଏସପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଅପରାହ୍ନରେ ବାପି ସର୍ଖେଲଙ୍କ ସହ ମୃତକଙ୍କ ବାପା ଏବଂ 'ଆମ ପାରାଦ୍ୱୀପ ଆମ ପ୍ରଗତି'ର କେତେକ କାଉନସିଲର ଏସପି ଅଖିଳେଶ୍ୱର ସିଂଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ମୃତକଙ୍କ ବାପା ଗଣମାଧ୍ୟମ ଆଗରେ ନିଜର ବୟାନ ବଦଳାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:- ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଘଟଣା, ପୋଲିସ ବିରୋଧରେ ହତ୍ୟା ମାମଲା ରୁଜୁ ଦାବି

ଗତ ଶନିବାର ବିଳମ୍ବିତ ରାତିରେ ମନୋରଞ୍ଜନ ଗେଡି ନାମକ ଯୁବକଙ୍କୁ ଅଭୟଚାନ୍ଦ ପୁର ପୋଲିସ ଗିରଫ କରିଥିଲା । କିନ୍ତୁ ରାତି 2ଟା ସମୟରେ ମୃତ୍ୟୁ ନେଇ ଯୁବକଙ୍କ ପରିବାରକୁ ଖବର ଦେଇଥିଲା । ଘଟଣା ଦିନ ମୃତକଙ୍କ ବାପା ଏହା ହାଜତ ମୃତ୍ୟୁ ବୋଲି କହି ଥିବାବେଳେ ମଙ୍ଗଳବାର ସେ ବୟାନ ପରିବର୍ତ୍ତନ କରିଛନ୍ତି । ସେଦିନ ସେ ମାନସିକ ଭାରସାମ୍ୟ ହରାଇ ଏହା କହିଥିବା ଗଣମାଧ୍ୟମକୁ କହିଛନ୍ତି ।

ଯାହାକୁ ନେଇ ମାମଲା ଦୁର୍ବଳ ହୋଇଛି । ମୃତକଙ୍କ ବାପା କଣ ପାଇଁ ବୟାନ ପରିବର୍ତ୍ତନ କଲେ ଘଟଣାର କଣ ସତ୍ୟତା ରହିଛି ତାକୁ ନେଉ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପୋଲିସ ବିଭାଗୀୟ ତଦନ୍ତ କରାଯାଉଛି ବୋଲି ଏସପି କହି ଥିବାବେଳେ ମାନବାଧିକାର କମିଶନ ଓ ବିଚାରବିଭାଗୀୟ ତଦନ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.