ଜଗତସିଂହପୁର: ପାରାଦ୍ୱୀପ କୋଷ୍ଟ ଗାର୍ଡ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀ ମାନଙ୍କୁ ତୁରନ୍ତ ସ୍ଥଳ ଭାଗକୁ ଫେରିଯିବାକୁ କୁହାଯାଇଛି । ପୂର୍ବ ଉପକୂଳ କୋଷ୍ଟ ଗାର୍ଡ ପକ୍ଷରୁ ଶୁକ୍ରବାର ଗୋଟିଏ ହେଲିକପ୍ଟର ଓ ଦୁଇଟି ସ୍ପିଡ଼ ବୋଟ ସାହାର୍ଯ୍ୟରେ ସମୁଦ୍ର କୂଳ ଠାରୁ 100 କିଲୋମିଟର ସମୁଦ୍ର ଗର୍ଭକୁ ଯାଇ ସେଠାରେ ମାଛ ମାରୁଥିବା ଧୀବର ମାନଙ୍କୁ ସ୍ଥଳ ଭାଗକୁ ଫେରିଯିବାକୁ ନିର୍ଦ୍ଦେଶ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ 23 ରେ ଡିପ୍ରେସନ ଓ 24 ରେ ବାତ୍ୟାର ରୂପ ନେବ, ଏହାର ପ୍ରଭାବରେ 25 ତାରିଖ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପାରାଦ୍ୱୀପ ବନ୍ଦର ମଧ୍ୟକୁ ଆସୁଥିବା ଜାହାଜ ଗୁଡିକ ଆଦ୍ରତା ଥିବା ସ୍ଥାନକୁ ଛାଡି ନିରାପଦ ସ୍ଥାନକୁ ଚାଲିଯିବାକୁ ବନ୍ଦର କଣ୍ଟ୍ରୋଲ ରୁମ୍ ପକ୍ଷରୁ କୁହାଯାଇଛି । ସାଇରନ ବଜାଇ କୋଷ୍ଟଗାର୍ଡ ପକ୍ଷରୁ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀ ମାନଙ୍କୁ ଫେରାଇ ଦିଆଯାଇଛି । ଯେଉଁମାନେ ଯାଇଛନ୍ତି ସେମାନଙ୍କ ନିକଟରେ ଖବର ପହଞ୍ଚେଇବାକୁ ବ୍ୟବସ୍ଥା କରାଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ