ETV Bharat / state

ଲକଡାଉନ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ବଢୁଛି କଳାବଜାରୀ - black market

ଲକଡାଉନ ଘୋଷଣା ହେବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି । କିଛି ଅସାଧୁ ବ୍ୟବସାୟୀ ଡାଲି, ସୋରିଷ ତେଲ, ଅଟା, ସୁଜି ଆଦି ସାମଗ୍ରୀକୁ କୃତ୍ରିମ ଅଭାବ କରାଇ ମୂଲ୍ୟ ବୃଦ୍ଧି କରୁଛନ୍ତି । ଯଦ୍ବାରା ଖାଉଟିଙ୍କ ମୁଣ୍ଡରେ ପଡିଛି ଚଡକ ।

The black market for foodstuffs is on the rise
ଲକଡାଉନ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ବଢୁଛି କଳାବଜାରୀ
author img

By

Published : Mar 27, 2020, 10:14 PM IST

ଜଗତସିଂହପୁର: ଜିଲ୍ଲାରେ ଗତ ସୋମବାର ଠାରୁ ଲକଡାଉନ ଘୋଷଣା ହେବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି । କିଛି ଅସାଧୁ ବ୍ୟବସାୟୀ ଡାଲି, ସୋରିଷ ତେଲ, ଅଟା, ସୁଜି ଆଦି ସାମଗ୍ରୀକୁ କୃତ୍ରିମ ଅଭାବ କରାଇ ମୂଲ୍ୟ ବୃଦ୍ଧି କରୁଛନ୍ତି । ଯଦ୍ବାରା ଖାଉଟିଙ୍କ ମୁଣ୍ଡରେ ପଡିଛି ଚଡକ ।

ଲକଡାଉନ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ବଢୁଛି କଳାବଜାରୀ

ଅପରପକ୍ଷରେ ବୋଝ ଉପରେ ଲଳିତା ବିଡା ସଦୃଶ ସହରରେ ଆଳୁର କୁତ୍ରିମ ଅଭାବ ଦେଖାଦେଇଛି । ସାଧାରଣ ଖାଉଟି ଲମ୍ବା ଲାଇନରେ ଛିଡା ହୋଇ କିଲୋ ପ୍ରତି 30ରୁ 40ଟଙ୍କା ଦରରେ ଆଳୁ ପାଇଁ କିଣିବାକୁ ବାଧ୍ୟ ହେଉଛନ୍ତି । ତେବେ ସହରକୁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଗାଡି ଅସୁନଥିବାରୁ ଆଳୁର ମୂଲ୍ୟ ବୃଦ୍ଧି ପାଉଛି ବୋଲି କହିଛନ୍ତି ଆଳୁ ବ୍ୟବସାୟୀ ।

କିନ୍ତୁ ଏସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ପାଖରେ ଖବର ନଥିବା କୁହାଯାଇଛି । ସେପଟେ ଜିଲ୍ଲାରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.