ETV Bharat / state

ବାଣୀକ୍ଷେତ୍ରର ଜ୍ଞାନଦାତ୍ରୀ ମା' ଝଙ୍କଡ ଶାରଳା

author img

By

Published : Oct 6, 2019, 8:03 AM IST

ସତ୍ୟଯୁଗରେ ମାତା ସତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠର 51ଟି ସ୍ଥାନରେ ପଡିଥିଲା । ଏହା ପରେ ପ୍ରତ୍ୟେକ ସ୍ଥାନ ହେଲା ପବିତ୍ର ଓ ଶକ୍ତିପୀଠ । ଏହି କ୍ରମରେ ସତୀଙ୍କ ଜିଭ ପଡିଥିଲା ଝଙ୍କଡରେ । ସେହିଦିନ ଠାରୁ ତାହା ଜ୍ବିହା ବା ବାଣୀପୀଠ ରୂପେ ଖ୍ୟାତ । ଅଧିକ ପଢ଼ନ୍ତୁ...

ବାଣୀକ୍ଷେତ୍ରର ଜ୍ଞାନଦାତ୍ରୀ ମା' ଝଙ୍କଡ ଶାରଳା

ଜଗତସିଂହପୁର: ଓଡିଶାର 8ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଝଙ୍କଡ ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ପୀଠ । ପଥରରେ ଖୋଦିତ ଅଷ୍ଟଭୂଜା ମୂର୍ତ୍ତି ମା' ଶାରଳା ବିଦ୍ୟା ଓ ବୁଦ୍ଧିର ଦେବୀ । କୁହାଯାଏ ମା' ଦୁର୍ଗା ଓ ସରସ୍ବତୀଙ୍କ ମିଶ୍ରିତ ରୂପ ହେଉଛନ୍ତି ମା' ଶାରଳା । ଜଗତସିଂହପୁର ସହର ଠାରୁ ପୂର୍ବକୁ 20 କିଲୋମିଟର ଦୂରରେ ପଡ଼ିଥାଏ ଝଙ୍କଡ଼ର ଏହି ପ୍ରସିଦ୍ଧ ମନ୍ଦିର ।

ଦେବୀ ପୁରାଣ ଅନୁଯାୟୀ, ସତ୍ୟଯୁଗରେ ମାତା ସତୀଙ୍କର ଖଣ୍ଡବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠର 51ଟି ସ୍ଥାନରେ ପଡିଥିଲା । ଏହା ପରେ ପ୍ରତ୍ୟେକ ସ୍ଥାନ ହେଲା ପବିତ୍ର ଓ ଶକ୍ତିପୀଠ । ଏହି କ୍ରମରେ ସତୀଙ୍କ ଜିଭ ପଡିଥିଲା ଝଙ୍କଡରେ । ସେହିଦିନ ଠାରୁ ତାହା ଜ୍ବିହା ବା ବାଣୀପୀଠ ରୂପେ ଖ୍ୟାତ । ବାଣୀ କ୍ଷେତ୍ରରେ ମା' ଶାରଳା ବାଗବେଦୀ ସରସ୍ବତୀ ନାମରେ ସର୍ବଦା ପୂଜିତ ।

ଗବେଷକ ଏବଂ ଐତିହାସିକଙ୍କ ମତରେ ମା' ଶାରଳାଙ୍କ ମନ୍ଦିର ଅତୀବ ପ୍ରାଚୀନ । 1500 ଶତାଦ୍ଦୀ ବେଳକୁ ମା'ଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ଏହା ପୂର୍ବରୁ ମା' ପ୍ରଥମେ ନଣ୍ଡା ଦେଉଳରେ ପୂଜା ପାଉଥିଲେ । କଳା ପାହାଡ଼ ଓଡ଼ିଶା ଆକ୍ରମଣ ସମୟରେ ଶାରଳାଙ୍କ ମନ୍ଦିର ମଧ୍ୟ ଆକ୍ରମଣ କରିଥିଲା । ସେ ସମୟରେ ମା' ମନ୍ଦିରରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲେ । କଥା ରହିଛି, 'କଳାପାହାଡ଼ ଏଇଲା, ସର୍ବ ଦେବାଦେବୀ ଭଗନ କଲା, ତୋତେ ନ ପାଇଣ ପଳାଇଲା ।'

ମା' ଙ୍କ ମହିମା ତାଙ୍କ ଭକ୍ତଙ୍କ ପାଇଁ ସର୍ବଦା ଅବର୍ଣ୍ଣନୀୟ । ପ୍ରତ୍ୟେକ ଦିନ ମା' 3 ଧୂପ ପଞ୍ଚ ଅବକାଶରେ ପୂଜା ପାଆନ୍ତି । ହେଲେ ପାର୍ବଣ ସମୟରେ ମା'ଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ପ୍ରାତଃରେ ମଙ୍ଗଳ ଆଳତି, ଅବକାଶ, ମହାସ୍ନାନ କରାଯିବା ପରେ ବିଭିନ୍ନ ବେଶରେ ମା'ଙ୍କୁ ସଜ୍ଜିତ କରାଯାଇ ବାଳଧୂପ ନୀତି ଅନୁଷ୍ଠିତ ହୋଇଥାଏ । ସେହିପରି ମଧ୍ୟାହ୍ନରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟାରେ ଆଳତୀ ଓ ରାତ୍ରରେ ବଡ଼ସିଂହାର ବେଶରେ ମା' ଦର୍ଶନ ଦେଇଥାନ୍ତି ।

ପବିତ୍ର ମୂଳାଷ୍ଟମୀରୁ ଦଶହରା ପର୍ଯ୍ୟନ୍ତ ମା' ଶାରଳା ସୁନାବେଶ, ଚାମୁଣ୍ଡା ବେଶ, ସିଂହବାହିନୀ, ମହିଷାମର୍ଦ୍ଦିନି ଆଦି ବିଭିନ୍ନ ବେଶରେ ସଜ୍ଜିତ ହୋଇଥାନ୍ତି । ଷୋଡଶ ପୂଜା ଉପଚାର ସମୟରେ ପୀଠରେ ମା'ଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଶହ ଶହ ଭକ୍ତଙ୍କ ଆଗମନ ହୁଏ । ଏହି ସମୟରେ ମା'ଙ୍କ ପାଖରେ 108 ହାଣ୍ଡି ଖଜା, ରସାବଳୀ, ଉଖୁଡା ଆଦି ଭୋଗ ପୂଜା କରାଯିବାର ବିଧି ରହିଛି ।

ବୈଷ୍ଣବ ଓ ଶାକ୍ତ ସଂସ୍କୃତିର ସମନ୍ବୟ ବାଣୀ କ୍ଷେତ୍ର ମା' ଶାରଳାଙ୍କ ପୀଠ । ମା'ଙ୍କ ଆଶୀର୍ବାଦ ଟିକେ ପାଇବାକୁ ଓଡିଶାର କୋଣ ଅନୁକୋଣରୁ ଧାଇଁ ଆସନ୍ତି ଭକ୍ତ । ଜ୍ଞାନଦାତ୍ରୀ ଭାବରେ ପରିଚିତ ସେ ମା କେଉଁ ଅନାଦି କାଳରୁ ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ଵତୀଙ୍କ ରୂପେ ଉପାସିତ ହୋଇଆସୁଛନ୍ତି । ସେଥିପାଇଁ ତ କୁହାଯାଏ-

ଶାରଦେ ବରଦେ ମାତ, ସର୍ବମାଙ୍ଗଳ ହେତବେ,
ବୁଦ୍ଧି ଵିଦ୍ୟା ପ୍ରଦାୟନୀ ଶାରଦୀୟ ନମସ୍ତୁତେ ।

ବିଶ୍ବାସ ରହିଛି, ଝଙ୍କଡବାସିନୀ ମା' ଶାରଳାଙ୍କ ଯିଏ ଥରେ ଶରଣାପନ୍ନ ହୋଇଛି, ସେ ସର୍ବରୋଗ, ସର୍ବଦୁଃଖ, ସର୍ବପାପ, ସର୍ବଧର୍ମ ଜୟ କରେ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ଇଷ୍ଟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ମା ଶାରଳାଙ୍କମନ୍ଦିରରେ ଆଜି ମହାଷ୍ଟମୀ ବିହିତ ପୂଜା ଅନୁଷ୍ଟିତ ହେଉଛି। ଏଥିପାଇଁ ଚଳ ଚଞ୍ଚଳ ହୋଇ ପଡିଛି ମା ଙ୍କ ମନ୍ଦିର। ପ୍ରତ୍ୟସରୁ ମଙ୍ଗଳ ଆଳତୀ, ମଇଲମ, ମହାସ୍ନାନ, ମଧୁସ୍ନାନ ହେବ ପରେ ମା ଙ୍କୁ ଚନ୍ଦନ ବେଶ ରେ ସଜିତ କରାଯାଇଥିଲା। ପରେ ଦ୍ୱାର ପାଳ ପୂଜା ସୂର୍ଯ୍ୟ ପୂଜା ଷୋଡଶ ଉପଚାର ପୂଜା ଚଣ୍ଡୀ ପାଠ ,ଖେଚେଡ଼ି ଧୂପ ନୀତି ,ପରେ ପୁନର୍ବାର ମହାସ୍ନାନ କରାଯାଇ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି।ଏହାକୁ ଦେଖିବା ପାଇଁ ମନ୍ଦିର ପରିସର ପ୍ରବଳ ଭିଡ ପରିଲକ୍ଷିତ ହେଉଛି।ହଜାର ହଜାର ଶ୍ରଦ୍ଧାଲୁ ମହାଷ୍ଟମୀ ବ୍ରତ ପାଇଁ ଉପବାସ ରଖିବା ସହ ଚୁଡାଘସା ଭୋଗ ଲାଗି କରିଛନ୍ତି। ମନ୍ଦିର ପ୍ରଶାସନ ଓ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ମନ୍ଦିର ନିକଟରୁ 2କିଲୋମିଟର ପୃର୍ବରୁ ଗାଡି ପର୍କିଙ୍ଗ ବେବସ୍ତା କରାଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଯାତ୍ରୀ ଙ୍କ ରହିବା ଓ ବିଶ୍ରାମ ନେବା ଲାଗି ଅସ୍ଥାୟୀ ଶିବିର ମାନ ଖୋଲାଯାଇଛି।

Body:byt_Ranjan Panda_badapanda_sarala mandira
byt_Harekrisha kayak_sarala mandira mukhy pujaka
byt_sradhalu
byt_sradhalu
byt_niti prasasak_Sarala tempol

Conclusion:Report_susanta kumar patra
jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.