ETV Bharat / state

ପାରାଦ୍ୱୀପ ଟ୍ରଷ୍ଟି ନିର୍ବାଚନକୁ ନେଇ ହିଂସାକାଣ୍ଡ, ଉପ-ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଫେରାଦ

author img

By

Published : Oct 26, 2022, 10:48 AM IST

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ଟ୍ରଷ୍ଟି ନିର୍ବାଚନକୁ ନେଇ ଦୁଇ ଶ୍ରମିକ ସଂଗଠନ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ ଘଟଣାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ହାତ ରହିଥିବା ପାରାଦ୍ୱୀପ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ଟ୍ରଷ୍ଟି ନିର୍ବାଚନକୁ ନେଇ ହିଂସାକାଣ୍ଡ: ଉପଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଫେରାଦ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ଟ୍ରଷ୍ଟି ନିର୍ବାଚନକୁ ନେଇ ଦୁଇ ଶ୍ରମିକ ସଂଗଠନ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଉଭୟ ଗୋଷ୍ଠୀର ଏକାଧିକ ଲୋକ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡ ଘଟଣାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ହାତ ରହିଥିବା ପାରାଦ୍ୱୀପ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି ।

ଏନେଇ ବାପି ସର୍ଖେଲଙ୍କ ନାମରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ସୂଚନାନୁସାରେ ଆସନ୍ତା 28 ତାରିଖ ଦିନ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟର ଟ୍ରଷ୍ଟି ନିର୍ବାଚନ ହେବ । ଏନେଇ ଦୁଇଟି ଶ୍ରମିକ ସଂଗଠନ ପକ୍ଷରୁ ପ୍ରାର୍ଥୀ ଦିଆଯାଇଛି । ଏଥିରେ ଗୋଟିଏ ଶ୍ରମିକ ସଂଗଠନକୁ ବିଜେପି ସମର୍ଥନ କରୁଥିବା ବେଳେ ଅନ୍ୟଏକ ସଂଗଠନକୁ ଆମ ପାରାଦ୍ୱୀପ ଆମ ପ୍ରଗତିର ନେତା ବାପି ସର୍ଖେଲ ସମର୍ଥନ କରୁଛନ୍ତି ।

ତେବେ ଗତ ସୋମବାର ଟ୍ରଷ୍ଟି ନିର୍ବାଚନ ପାଇଁ ଦୁଇ ଗୋଷ୍ଠୀ ପ୍ରଚାର ଚଳାଇଥିବା ବେଳେ ହଠାତ୍‌ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇଗୋଷ୍ଠୀର ଏକାଧିକ ଲୋକେ ଆହତ ହୋଇଥିଲେ । ଏହି ହିଂସାକାଣ୍ଡ ଘଟଣାକୁ ନେଇ ମଙ୍ଗଳବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବାପି ସର୍ଖେଲଙ୍କ ନାମରେ ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ. ପାରାଦ୍ୱୀପ ଟ୍ରଷ୍ଟି ନିର୍ବାଚନକୁ ନେଇ ହିଂସା, ଦୁଇ ଗୁରୁତର

ଏ ସମ୍ପର୍କରେ ଭାରତୀୟ ଯୁବ ମୋର୍ଚ୍ଚାର ସଂଯୋଜକ ଅକ୍ଷୟ କୁମାର ଦାସ କହଛନ୍ତି, ''ଗତକାଲି ପୋର୍ଟର ଲେବର ଟ୍ରଷ୍ଟିକୁ ନେଇ ଗଣ୍ଡଗୋଳ ହୋଇଥିଲା । ତେବେ ଉଭୟ ଗଣ୍ଡଗୋଳରେ ବାପି ସର୍ଖେଲଙ୍କ ସମ୍ପୃକ୍ତି ଅଛି । ସେଥିପାଇଁ ଆମେ ଗୋଟେ ଦାବି ପତ୍ର ଦେଇଛୁ । ବାପି ସର୍ଖେଲଙ୍କୁ ଗିରଫ କରିବା ପାଇଁ । ତେବେ ପୂର୍ବରୁ ମଧ୍ୟ ପାରାଦ୍ବୀପ ଥାନାରେ ଗୋଟିଏ ଦାବିପତ୍ର ଦେଇଥିଲୁ । ପାରାଦ୍ବୀପ ବନ୍ଦର ଭିତରେ ମାତ୍ରାଧିକ ଅପରାଧିକ କାର୍ଯ୍ୟରେ ବାପି ସର୍ଖେଲଙ୍କର ସମ୍ପୃକ୍ତି ଅଛି । ପୋଲିସ ତାଙ୍କୁ ପକ୍ଷ କରି ତଦନ୍ତ ପରିସରକୁ ଆଣନ୍ତୁ । କିନ୍ତୁ ପୋଲିସ ତାଙ୍କୁ ପକ୍ଷ କରି ତଦନ୍ତ ପରିସରକୁ ଆଣିବା ପରିବର୍ତ୍ତେ ଆମ ନାଁରେ ମାମଲା ରୁଜୁ କଲେ ।

ତେବେ କିଛିଦିନ ପରେ ଗତକାଲି ଯେଉଁ ଘଟଣା ଘଟିଛି ପୋର୍ଟ ଲେବର ଟ୍ରଷ୍ଟି ନିର୍ବାଚନକୁ ନେଇ ସେଥିରେ ବାପି ସର୍ଖେଲଙ୍କ ସମ୍ପୃକ୍ତି ଅଛି। ତେଣୁ ଆମେ ପୋଲିସଙ୍କ ପାଖରେ ଦାବି କରୁଛୁ ଯେ 2 ଦିନ ଭିତରେ ତାଙ୍କୁ ଗିରଫ କରନ୍ତୁ । ଯଦି ଗିରଫ ନକରିବେ ତେବେ ଭାରତୀୟ ଯୁବ ମୋର୍ଚ୍ଚାଙ୍କ ପକ୍ଷରୁ ବାଧ୍ୟ ହୋଇ ଡିଜିଙ୍କର ଦ୍ବାରସ୍ଥ ହେବୁ''।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.