ETV Bharat / state

ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟି ନିର୍ବାଚନକୁ ନେଇ ହିଂସା, ଦୁଇ ଗୁରୁତର

author img

By

Published : Oct 24, 2022, 7:58 PM IST

ପାରାଦ୍ଵୀପ ବନ୍ଦର ଟ୍ରଷ୍ଟି ନିର୍ବାଚନର ପ୍ରଚାରକୁ ନେଇ ଦୁଇ ଜଣଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଦୁଇ ଜଣ ଗୁରୁତର । ଅଧିକ ପଢନ୍ତୁ

ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟି ନିର୍ବାଚନକୁ ନେଇ ହିଂସା

ଜଗତସିଂହପୁର: ପାରାଦ୍ଵୀପ ବନ୍ଦର ଟ୍ରଷ୍ଟି ନିର୍ବାଚନ ପ୍ରଚାରକୁ ନେଇ ମରଣାନ୍ତଙ୍କ ଆକ୍ରମଣ। ଦୁଇଟି ଶ୍ରମିକ ସଂଗଠନର ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଦୁଇ ଗୁରୁତର ହେଉଛନ୍ତି ବନ୍ଦର କର୍ମଚାରୀ ଦେବ ପ୍ରସାଦ ସାହୁ ଓ ଭାରତୀୟ ବନ୍ଦର ମଜଦୁର ସଂଘ ତରଫରୁ ଟ୍ରଷ୍ଟି ନିର୍ବାଚନ ଲଢ଼ୁଥିବା ଶ୍ରୀକାନ୍ତ ରାୟ l ଦେବ ପ୍ରସାଦ ସାହୁଙ୍କ ମୁଣ୍ଡ ଓ କାନ୍ଧକୁ ଭୁଜାଲିରେ ଆକ୍ରମଣ କରାଯାଇଥିବା ବେଳେ ନିର୍ବାଚନ ଲଢ଼ୁଥିବା ଶ୍ରମିକ ନେତା ଶ୍ରୀକାନ୍ତ ରାୟଙ୍କ ହାତ ଭାଙ୍ଗିବା ସହିତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି l ରବିବାର ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ଜଣାପଡିଛି। ଉଭୟଙ୍କ ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଏତେଲା ଦିଆ ଯାଇଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ୧୦ଟା ପାଖାପାଖି ଦେବ ପ୍ରସାଦ ସାହୁ ନିଜ ଘର ତାରିଣୀ ଗଡାକୁ ଫେରୁଥିବା ସମୟରେ ଏଭଳି ଆକ୍ରମଣର ଶୀକାର ହୋଇଥିଲେ । ସେହିପରି ଭାରତୀୟ ବନ୍ଦର ମଜଦୁର ସଂଘର ସାଧାରଣ ସଂପାଦକ ତଥା ପ୍ରାର୍ଥୀ ଶ୍ରୀକାନ୍ତ ରାୟ କିଛି କର୍ମଚାରୀଙ୍କ ସହିତ ଆଲୋଚନା କରିବାକୁ ଯାଉଥିବା ସମୟରେ ପାରାଦ୍ବୀପ ଗଲ୍ଫ କୋର୍ସ ପଡିଆ ନିକଟରେ 6 ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଉଭୟ ଥାନାରେ ଅଭିଯୋଗ କରିଛନ୍ତି l ଏନେଇ ପାରାଦୀପ ଆଦର୍ଶ ଥାନା ପୋଲିସର ପକ୍ଷରୁ ତଦନ୍ତ ଚାଲିଛି। ତେବେ ବନ୍ଦର ଶ୍ରମିକ ଟ୍ରଷ୍ଟି ନିର୍ବାଚନର ପ୍ରଚାରକୁ ନେଇ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ଆସନ୍ତା 28 ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ନିର୍ବାଚନ ପୂର୍ବରୁ ଏଭଳି ଆକ୍ରମଣ ଏକ ନିନ୍ଦନୀୟ ଘଟଣା ।

ଏନେଇ ଶ୍ରିକାନ୍ତ ରାୟ କହିଛନ୍ତି, ''ବାପି ସର୍କଲ ୟୁନିଅନ ଇଲେକ୍ସନ ସମୟରେ ମୋ ସହିତ କଥା ହେବାକୁ ଚେଷ୍ଟା କରିଛନ୍ତି, ଇଲେକ୍ସନ ଥିବାରୁ ମୁଁ ତାଙ୍କ ସହ କଥା ହେବାକୁ ମନା କରିଦେଇଥିଲି,ସେ ଲୋକଙ୍କୁ ପ୍ରଲୋଭନ ଦେଖାଇ କଛି ଦାମି ଉପହାର ଖାଦ୍ୟପାନ ଦେଇଥିଲେ ମଧ୍ୟ ୟୁନିଅର ସଦସ୍ୟ ସଂଖ୍ୟା ନବଢିବାରୁ ସେ ଆକ୍ରମଣ କରିଛନ୍ତି । କିଛି ଦିନ ତଳେ ମୋତେ କିଛି ଲୋକ ଫଲୋ କରୁଥିଲେ ଏବଂ ମୁଁ ଯେଉଁଠି ନିର୍ବାଚନ ପ୍ରଚାର କରିବାକୁ ଯାଉଥିଲି ,ସେହି ସ୍ଥାନକୁ କିଛି ଲୋକ ଗ୍ୟାଦରିଂ ହୋଇ ଆସନ୍ତି, ମୁଁ ତାହା ଜାଣି ପାରୁଥିଲି, ଗତକାଲି ଯେତେବେଳେ ମୁଁ ଘରକୁ ଗଲି ମୋତେ ଦୁଇରୁ ତନିଜଣ ଶ୍ରମିକ ମୋତେ କଲ କଲେ କର୍ଥା ବାର୍ତ୍ତା ହେବା ପାଇଁ ଡାକିଲେ, ମୁଁ ବାହାରକୁ ଯିବା ପରେ ତିନୋଟି ଗାଡି ମୋ ପାଖକୁ ବୁଲିକି ଆସିଥିଲା , ସେଥି ମଧ୍ୟରୁ ଗୋଟିଏ ସ୍କୁଟିରେ ଦୁଇ ଜଣ ବନ୍ଦର କର୍ମଚାରୀ ଥିଲେ, ସମସ୍ତ ମୋତେ ମିଶିକି ଗାଳି ଗୁଲଜ କରିବା ଆରମ୍ଭ କଲେ, ଆକ୍ରମଣ ମଧ୍ୟ କଲେ କିନ୍ତୁ ମୁଁ ସେଠାରୁ ଖସି ପଳାଇ ଆସିଥିଲି। ''

ଏନେଇ ଦେବପ୍ରସାଦ କହିଛନ୍ତି, ''ମୁଁ ଜଣେ ସରକାରୀ କର୍ମଚାରୀ, ପାରାଦ୍ବୀପ ପୋର୍ଟ ଅଥରେଟିରେ ଟ୍ରାଫିକ ଡିମାଟମେଣ୍ଟରେ କାମ କଲେ, ଗତକାଲି ବଡପଡିଆରୁ ମୁଁ ତାରେଣୀ ଗଡା ଫେରୁଥିବା ବେଳେ ରାକେଶ ପଟ୍ଟନାୟକ ଓ ଶ୍ରୀକାନ୍ତ ରୟ ଚାରି ଜଣ ବାଇକ ଚାଳକଙ୍କୁ କହିଥିଲେ ଦେବ ଗଲା, ମୋ ଜୀବନ ପ୍ରତି ବିପଦ ଆସୁଥିବା ଜାଣିପାରି ମୁଁ ଫେରୁଥିବା ବେଳେ ବାଇକ ଆରୋହି ମାନେ ମୋତେ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କଲେଓ ତାପରେ ଭୁଜାଲିରେ ଆକ୍ରମଣ କଲେ । ମୋତେ ମାଡ ମଧ୍ୟ ମାରିଥିଲେ । ''

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.