ETV Bharat / state

ପାରାଦ୍ୱୀପରେ ଟ୍ରକ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ, ପୋଲିସ ଭ୍ୟାନ ଉପରେ ମଡାଇଦେଲେ ଟ୍ରକ - truck driver hit police van jagatsingpur

ଜଗତସିଂହପୁରରେ ଦେଖିବାକୁ ମିଳିଛି ଜଣେ ଟ୍ରକ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ । ରାସ୍ତାମଝିରେ ଟ୍ରକ ରଖି ରାସ୍ତା ଅବରୋଧ କରି ରଖିବା ପରେ ପୋଲିସ ଗାଡି ଉପରେ ଚଢାଇଦେଲେ ଟ୍ରକ । ଅଧିକ ପଢନ୍ତୁ...

ପାରାଦ୍ୱୀପରେ ଟ୍ରକ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ: ପୋଲିସ ଭ୍ୟାନ ଉପରେ ମଡାଇଦେଲେ ଟ୍ରକ

author img

By

Published : Jan 19, 2021, 6:24 PM IST

ଜଗତସିଂହପୁର: ପାରାଦ୍ୱୀପ ଅଠର ବାଙ୍କୀ ନିକଟରେ ଟ୍ରାଫିକ ଜାମକୁ ନେଇ ଉତ୍ତେଜନା । କୋଇଲା ବୋଝେଇ ଟ୍ରକ ଡ୍ରାଇଭରକୁ ଅଟକାଇବାରୁ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ସମ୍ପୃକ୍ତ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

ପାରାଦ୍ୱୀପରେ ଟ୍ରକ ଡ୍ରାଇଭରଙ୍କ ଉନ୍ମକ୍ତ କାଣ୍ଡ: ପୋଲିସ ଭ୍ୟାନ ଉପରେ ମଡାଇଦେଲେ ଟ୍ରକ

ସୂଚନା ଅନୁସାରେ ଆଜି(ମଙ୍ଗଳବାର) ଅପରାହ୍ନ 3 ଟା ସମୟରେ ପାରାଦ୍ୱୀପ ଅଠର ବାଙ୍କୀ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ରାସ୍ତା ଅବରୋଧ କରି ରଖିଥିଲା । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା । ଘଟଣାସ୍ଥଳରେ ପିସିଆର ଭ୍ୟାନ ପହଁଚି ଟ୍ରକକୁ ସାଇଟ କରିବାକୁ ଡ୍ରାଇଭରକୁ କହିଥିଲା । ମାତ୍ର ଟ୍ରକ ଡ୍ରାଇଭର ଉତକ୍ଷିପ୍ତ ହୋଇ ପୋଲିସ ଗାଡି ଉପରେ ଟ୍ରକ ମଡାଇ ଦେବା ସହ ରାସ୍ତାକଡରେ ଥିବା କେତେକ ବାଇକ ଉପରେ ମଧ୍ୟ ଟ୍ରକ ମଡାଇ ଦେଇଥିଲା । ପୋଲିସ ଡ୍ରାଇଭରକୁ କାବୁକରି ଥାନାରେ ଅଟକ ରଖିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.