ETV Bharat / state

ରାଜନୈତିକ ଦଳର ପ୍ରତିନିଧିଙ୍କୁ ଢିଙ୍କିଆରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ - ରାଜନୈତିକ ଦଳର ନେତୃତ୍ବଙ୍କୁ ଢିଙ୍କିଆରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ

ଜଗତସିଂହପୁର ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା 13 ଗୋଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଢିଙ୍କିଆ ଗ୍ରାମ ମୁଣ୍ଡରୁ ଫେରିଛନ୍ତି l ଶତାଧିକ ଗ୍ରାମବାସୀଙ୍କ ବିରୋଧ ଫଳରେ ଫେରିବାକୁ ବାଧ୍ୟ ହୋଇଛନ୍ତି l ଅଧିକ ପଢନ୍ତୁ

ରାଜନୈତିକ ଦଳର ନେତୃତ୍ବଙ୍କୁ ଢିଙ୍କିଆରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ

author img

By

Published : May 4, 2022, 9:47 PM IST

ଭୁବନେଶ୍ବର: ଜଗତସିଂହପୁର ଢିଙ୍କିଆରେ ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା 13 ଗୋଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଢିଙ୍କିଆ ଗ୍ରାମ ମୁଣ୍ଡରୁ ଫେରିଛନ୍ତି l ଶତାଧିକ ଗ୍ରାମବାସୀଙ୍କ ବିରୋଧ ଫଳରେ ଫେରିବାକୁ ବାଧ୍ୟ ହୋଇଛନ୍ତି l ଭାରତବର୍ଷର ସମ୍ବିଧାନରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତ୍ୟେକ ନାଗରିକର ପ୍ରତ୍ୟେକ ସ୍ଥାନକୁ ଯିବା ଅଧିକାରକୁ କମ୍ପାନୀ ଲୋକ ଲଗାଇ ବିରୋଧ କରିବାକୁ ନେଇ ଅଭିଯୋଗ କରିଛନ୍ତି ନେତା ।

ରାଜନୈତିକ ଦଳର ନେତୃତ୍ବଙ୍କୁ ଢିଙ୍କିଆରେ ପ୍ରବେଶ କରାଇ ଦେଲେନି ଗ୍ରାମବାସୀ

କିନ୍ତୁ ଗ୍ରାମରେ ଯାହା ଘଟିଛି ତାହାକୁ ଦୋହରାଇବାକୁ ଦିଆଯିବାନାହିଁ ବୋଲି କହିଛନ୍ତି ଗ୍ରାମବାସୀ l ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ଗ୍ରାମରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ଚର୍ଚ୍ଚାରେ ରହିଛି l କେବେ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ପୋଲିସ ମୁହାଁମୁହିଁରେ ଗ୍ରାମ ଅଶାନ୍ତ ହୋଇପଡିଥିବା ବେଳେ କେତେବେଳେ ପ୍ରକଳ୍ପ ବିରୋଧୀ ବାହାର ନେତାଙ୍କୁ ଗ୍ରାମକୁ ବିରୋଧ କରି ଚର୍ଚ୍ଚା ରେ ରହିଛି l ଜାନୁୟାରୀ 14 ତାରିଖ ପୋଲିସ ଗ୍ରାମବାସୀ ଲାଠିଚାର୍ଜ ଘଟଣା ପରେ ଗ୍ରାମରେ ପରିସ୍ଥିତି ସ୍ବାଭାବିକ ହୋଇଛି l ପରବର୍ତୀ ପର୍ଯ୍ୟାୟରେ ଭୁବନେଶ୍ବରରେ କିଛି ନେତା ପ୍ରକଳ୍ପ କୁ ବିରୋଧ କରିବା ସହିତ ଢିଙ୍କିଆ ଗ୍ରାମକୁ ସ୍ଥିତି ପରଖିବାକୁ ଆସିବା ନେଇ ପ୍ରେସମିଟ ପରେ ଢିଙ୍କିଆ ଗ୍ରାମବାସୀ ବାହାର ନେତାଙ୍କୁ ବିରୋଧ କରିବା ନେଇ ଢିଙ୍କିଆ ପଞ୍ଚାୟତ ଅଫିସରେ ଗଣମାଧ୍ୟମକୁ ସୂଚନା ଦେବା ସହିତ ଗ୍ରାମକୁ ବାହାର ନେତା ଆସିଲେ ବିରୋଧ କରିବାକୁ ଚେତାବନୀ ଦେଇଥିଲେ l ଆଜି 13 ଗୋଟି ରାଜନୈତିକ ଦଳର ପ୍ରତିନିଧି ଢିଙ୍କିଆ ଆସିଥିବା ବେଳେ ଢିଙ୍କିଆ ଗ୍ରାମର ପ୍ରବେଶ ପଥରେ ବିରୋଧ କରିଥିଲେ ଗ୍ରାମବାସୀ l ବିଭିନ୍ନ ଯୁକ୍ତି ବାଢିବା ସହିତ ଗ୍ରାମବାସୀଙ୍କ ପ୍ରବଳ ବିରୋଧରେ ଫେରିଛନ୍ତି 13 ଟି ରାଜନୈତିକ ଦଳର ପ୍ରତିନିଧି l

ଯାହାକୁ ନେଇ ଗଣତାନ୍ତ୍ରିକ ପଦ୍ଧତିର କଣ୍ଠରୋଧ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି। ଜାନୁୟାରୀ 14 ତାରିଖରେ ଢିଙ୍କିଆ ଗ୍ରାମରେ ପୋଲିସର ଦମନଲୀଳା ପ୍ରସଙ୍ଗରେ ଢିଙ୍କିଆ ଚାରିଦେଶର ଜନସାଧାରଣଙ୍କ ମାନବାଧିକାର ଅଧିକାର ଉଲଂଘନ କରାଯାଉଥିବା ଅଭିଯୋଗ ଆଣି ଢିଙ୍କିଆରେ ସ୍ଥିତି ପରଖିବାକୁ ଆସିଥିବା ନେଇ 13 ଗୋଟି ରାଜନୈତିକ ଦଳର ମିଳିତ ବିରୋଧୀ ଦଳର ଗସ୍ତକୁ ତୀବ୍ର ବିରୋଧ କରିଛନ୍ତି ଢିଙ୍କିଆ ଗ୍ରାମବାସୀ l ବିଗତ ଦିନରେ ଅନେକ ଘଟଣା ଦୁର୍ଘଟଣା ପାଇଁ ବାହାର ନେତା ଦାୟୀ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଆମ ଗ୍ରାମର କଥା ଆମେ ବୁଝିବୁ ବାହାର ଲୋକ କଣ ପାଇଁ ଆମ ଗ୍ରାମର ସମସ୍ୟା ଭିତରେ ମୁଣ୍ଡପୁରାଉଥିବା ଅଭିଯୋଗ ଆଣିବା ସହିତ ମିଳିତ ବିରୋଧୀ ଦଳ ଙ୍କୁ ଗୋ ବ୍ୟାକ ନାରା ଦେଇ ଗ୍ରାମର ପ୍ରବେଶ ପଥରୁ ଫେରାଇଦେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.