ETV Bharat / state

ମିଳିଲାନି ପ୍ରେମିକାର ହାତ, ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲା ପ୍ରେମିକ

author img

By

Published : Dec 3, 2020, 10:59 AM IST

Updated : Dec 3, 2020, 12:20 PM IST

ପ୍ରେମ ପାଇଁ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲା ଯୁବକ । ଗୁରୁତର ଅବସ୍ଥାରେ ଯୁବକକୁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ମିଳିଲାନି ପ୍ରେମିକାର ହାତ, ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲା ପ୍ରେମିକ
ମିଳିଲାନି ପ୍ରେମିକାର ହାତ, ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲା ପ୍ରେମିକ

ଜଗତସିଂହପୁର: ପ୍ରେମ ଜନିତ ଘଟଣାକୁ କେନ୍ଦ୍ରକରି ଯୁବକ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥବା ଅଭିଯୋଗ ହୋଇଛି । ତେବେ ଗୁରୁତର ଅବସ୍ଥାରେ ଯୁବକକୁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । । ଯୁବକ ଜଣକଙ୍କ ପ୍ରାୟ 80 ପ୍ରତିଶତ ପୋଡି ହୋଇଯାଇଥିବା ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଗ୍ରାମର ବିପିନ ସାହୁ ନାମକ ଜଣେ ଯୁବକ ଦୀର୍ଘଦିନ ଧରି ନାଉଗାଁ ଅଞ୍ଚଳର ବାଲିଚନ୍ଦ୍ରପୁର ଗ୍ରାମରେ ଘରଭଡା କରି ରହିଥିଲେ । ସେଠାରେ ଜୈନିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ଘଟଣା ବିଷୟରେ ଝିଅ ଘର ଲୋକ ଜାଣିବା ପରେ ଏହି ପ୍ରେମ ସମ୍ପର୍କକୁ ବିରୋଧ କରିଥିଲେ। ଏହାକୁ ନେଇ ମଧ୍ୟ ଘଟଣା ଥାନାରେ ପହଞ୍ଚିଥିଲା । ତେବେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ପ୍ରେମିକ ନିଜଘରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଇଥବା ସ୍ଥାନୀୟ ଲୋକେ ଖବର ଦେଇଥିଲେ । ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Last Updated : Dec 3, 2020, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.