ETV Bharat / state

ବିଚ୍ ରାସ୍ତାରେ ପୋଲିସ ମ୍ୟାଡମଙ୍କ ଦବଙ୍ଗଗିରି, ବାଇକ ଆରୋହୀଙ୍କୁ ଦେଲେ ମାଡ - ମହିଳା ଏସଆଇଙ୍କ ଦବଙ୍ଗଗିରି

ରୋଡ ଉପରେ ସ୍ବାମୀଙ୍କ ସହ ମିଶି ବାଇକ ଆରୋହୀଙ୍କୁ ମାଡ ମାରିଲେ ମହିଳା ସବ-ଇନ୍ସପେକ୍ଟର । ପୋଲିସ ମ୍ୟାଡମଙ୍କ ଦାଦାଗିରିକୁ ବିରୋଧ କରି ରାସ୍ତା ଉପରେ ଟାୟାର ଜାଳିଲେ ସ୍ଥାନୀୟବାସୀ । ଅଧିକ ପଢନ୍ତୁ...

ବିଚ୍ ରାସ୍ତାରେ ପୋଲିସ ମ୍ୟାଡମଙ୍କ ଦବଙ୍ଗଗିରି, ବାଇକ ଆରୋହୀଙ୍କୁ ଦେଲେ ମାଡ

author img

By

Published : Aug 2, 2021, 6:42 AM IST

ଜଗତସିଂହପୁର: ବିଚ୍ ରାସ୍ତାରେ ମହିଳା ସବ-ଇନ୍ସପେକ୍ଟରଙ୍କ ଦବଙ୍ଗଗିରି । ରୋଡ ଉପରେ ସ୍ବାମୀଙ୍କ ସହ ମିଶି ଜଣେ ବାଇକ ଆରୋହୀଙ୍କୁ ମାରିଲେ ମାଡ । ଏପରିକି ଯୁବକଙ୍କ ଗାଡି ମଧ୍ୟ ଛଡାଇ ନେଲେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିନ ନେହେରୁ ବଜାର ନିକଟରେ । ମହିଳା ସବ-ଇନ୍ସପେକ୍ଟରଙ୍କ ଏଭଳି ଦବଙ୍ଗଗିରି ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଘଟଣାକୁ ପ୍ରତିବାଦ କରି ସ୍ଥାନୀୟ ଲୋକେ ନେହେରୁ ବଜାର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ତେବେ ଏହି ପୋଲିସ ମ୍ୟାଡମ ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ଧରିତ୍ରୀ ଜେନା ବୋଲି ଜଣାପଡିଛି ।

ବିଚ୍ ରାସ୍ତାରେ ପୋଲିସ ମ୍ୟାଡମଙ୍କ ଦବଙ୍ଗଗିରି, ବାଇକ ଆରୋହୀଙ୍କୁ ଦେଲେ ମାଡ

ସୂଚନା ଅନୁଯାୟୀ, ସବ-ଇନ୍ସପେକ୍ଟର ଧରିତ୍ରୀ ଜେନା ନିଜ ସ୍ବାମୀଙ୍କ ସହ କାରରେ କଟକ-ପାରାଦ୍ୱୀପ ରାଜରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ହଠାତ୍ କାରଟି ରାସ୍ତା ମଝିରେ ରହି ଯିବାରୁ କାର ପଛରେ ଏକ ବାଇକ ସାମାନ୍ୟ ଧକ୍କା ଦେଇଥିଲା । ଯାହାଫଳରେ ଆରମ୍ଭ ହେଲା ମହିଳା ସବ-ଇନ୍ସପେକ୍ଟର ଧରିତ୍ରୀ ଜେନା ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି । ରାସ୍ତା ମଝିରେ କାର ରଖି ବାଇକ୍ ଆରୋହୀଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସ୍ୱାମୀ ସ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପୋଲିସ ପୋଷାକରେ ନ ଥିବା ଏହି ସବ-ଇନ୍ସପେକ୍ଟର ଜଣକ ବାଇକ ଆରୋହୀଙ୍କ ଗାଡି ଓ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଘଟଣାକୁ ପ୍ରତିବାଦ କରି କଟକ-ପାରାଦୀପ ରାସ୍ତାରେ ସ୍ଥାନୀୟ ଲୋକେ ଟାୟାର ଜାଳି ୧ ଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଯାହାପରେ ମହିଳା ସବ ଇନ୍ସପେକ୍ଟର ଧରିତ୍ରୀ ଜେନା ବାଇକକୁ ହସ୍ତାନ୍ତର କରିଥିଲେ ଏବଂ ରାସ୍ତା ଅବରୋଧ ହଟିଥିଲା । ତେବେ ମହିଳା ଏସଆଇଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରଶାସନ ଉପରକୁ ଅଙ୍ଗୁଳି ଉଠୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ବାଇକ ଆରୋହୀ ଜଣଙ୍କ କୁଜଙ୍ଗ ଥାନା ଅନ୍ତର୍ଗତ ବଡପାଳ ଗଡାର ଶଶୀକାନ୍ତ ମୁଦୁଲି ବୋଲି ଜଣାପଡିଛି । ଶଶୀକାନ୍ତ ନିଜ ସମ୍ପର୍କୀୟଙ୍କ ଅପରେସନ ପାଇଁ ମେଡିକାଲକୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିବା ସେ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.