ETV Bharat / state

ଢିଙ୍କିଆରେ ପୋଲିସର ଘେରାବନ୍ଦୀ, ଖାତା କଲମ ପାଇଁ ପିଲାଙ୍କ ଆନ୍ଦୋଳନ - ଢିଙ୍କିଆରେ ପୋଲିସର ଘେରାବନ୍ଦୀ ବିରୋଧରେ ଆନ୍ଦୋଳନ

ଜଗତସିଂହପୁର ପାରାଦ୍ବୀପ ଢିଙ୍କିଆ ପଞ୍ଚାୟତରେ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପାଠପଢୁଆ ପିଲା । ଅଧିକ ପଢନ୍ତୁ

ଢିଙ୍କିଆରେ ପୋଲିସର ଘେରାବନ୍ଦୀ, ଖାତା କଲମ ପାଇଁ ପିଲାଙ୍କ ଆନ୍ଦୋଳନ

author img

By

Published : Dec 19, 2021, 8:19 PM IST

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ଆଜି(ରବିବାର) ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରି ସ୍କୁଲ ପିଲାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗ୍ରାମ ପରିକ୍ରମା କରିଛନ୍ତି । ପୋଲିସ ଗ୍ରାମକୁ ଘେରାବନ୍ଦୀ କରି ରଖିଥିବାରୁ ଗାଁ ଲୋକେ ବାହାରକୁ ଆସି ପାରୁନାହାନ୍ତି । ଫଳରେ ପାଠପଢା ପାଇଁ ଆବଶ୍ୟକ ଖାତା କଲମ ପିଲାମାନେ କିଣିପାରୁନଥିବାରୁ ଏହି ଆନ୍ଦୋଳନ କରିଥିବା ଜଣାପଡ଼ିଛି ।

ଢିଙ୍କିଆରେ ପୋଲିସର ଘେରାବନ୍ଦୀ, ଖାତା କଲମ ପାଇଁ ପିଲାଙ୍କ ଆନ୍ଦୋଳନ

ଜିଲ୍ଲା ପୋଲିସ ପ୍ରଶାସନ ଢ଼ିଙ୍କିଆ ପଞ୍ଚାୟତକୁ ଘେରାବନ୍ଦୀ କରି ରଖିଥିବାରୁ ଗାଁ ଲୋକେ ବାହାରକୁ ଆସି ପାରୁନାହାନ୍ତି । ଫଳରେ ପାଠପଢ଼ା ପାଇଁ ଆବଶ୍ୟକ ଖାତା, କଲମ, ବହି କିଣିପାରୁନାହାଁନ୍ତି ପାଠପଢୁଆ ପିଲା । ଯାହାକୁ ନେଇ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା 10 ପ୍ଲାଟୁନ ପୋଲିସ ଗାଁର ଚତୁଃପାର୍ଶ୍ବକୁ ଘେରୀ ରହିଥିବାରୁ ଢିଙ୍କିଆ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଗିରଫଦାରୀ ଭୟରେ ବାହାରକୁ ଆସୁନଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଛୋଟ ପିଲାଙ୍କ ଖାତା କଲମ ମଧ୍ୟ କିଣି ପାରିନାହାନ୍ତି । ଯାହାକୁ ନେଇ ଅନେକାଂଶ ପିଲା ପାଠପଢ଼ାରୁ ବଞ୍ଚିତ ହେଲେଣି । ପାଠ ପଢିବା ପାଇଁ ପିଲାଙ୍କ ନିକଟରେ ଖାତା କଲମ ଓ ବହି ନଥିବାରୁ ଆଜି ଛୋଟ ଛୋଟ ପିଲାମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.